ବନ୍ୟପ୍ରାଣୀ ବନଞ୍ଚାଳ ପକ୍ଷରୂ ବିଶ୍ୱ ହସ୍ତୀ ଦିବସ
ହାଟଡିହି (ପାର୍ଥ ସୌରଭ ସା) ଆଜି ହେଉଛି ବିଶ୍ଵ ହସ୍ତୀ ଦିବସ। ଏଥିପାଇଁ ଗଡ଼ଚଣ୍ଡି ଠାରେ ହଡଗଡ ବନ୍ୟପ୍ରାଣୀ ବନଞ୍ଚାଳ ପକ୍ଷରୂ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି। ବନପାଳ ମଳୟ କୁମାର ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହଦଗଡ଼ ରେଞ୍ଜ ଅଫିସର ମାର୍ଶାଲ କିସ୍କୁ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ, କାଠକଟା ବନପାଳ ଲକ୍ଷ୍ମୀଧର କିସ୍କୁ ପ୍ରମୁଖ ଯୋଗଦେଇ ଏବେ ହାତୀ ଆଉ ମଣିଷ ଭିତରେ ଚାଲିଥିବା ଲଢେଇକୁ ବନ୍ଦ କରିବା ସହିତ ସେମାନଙ୍କୁ ଭଲପାଇବା, ସେମାନଙ୍କ ସୁରକ୍ଷା ହିଁ ଜଙ୍ଗଲ ରକ୍ଷା ଉପରେ ଆଲୋଚନା କରିବା ଶହ ହାତୀ ମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ବାହାର ଅଞ୍ଚଳରୁ ଆସୁଥିବା ଶିକାରୀ ମାନଙ୍କୁ ଜଙ୍ଗଲ ଭିତରେ ପୁରାଇ ନେଦେବା, ଜଙ୍ଗଲରେ ନିଆଁ ନ ଲଗାଇବା, ସିଆଡି ପତ୍ର ନ ତୋଳିବା ଭଳି ଅନେକ ଗୁଡ଼ିଏ ଉପଦେଶ ଦେଇଥିଲେ । ଏଥିରେ କାଳିଆମ୍ବ, ଶଙ୍କଟପାଲିଆ, ସୂଜୁନାପାଳ, ହରଡବାଡି ଆଦି ବନ ସୁରକ୍ଷା ସମିତିର ସଦସ୍ୟ ସଦସ୍ୟା ଯୋଗଦେଇଥିବା ବେଳେ ବନରକ୍ଷୀ ଜ୍ୟୋତି ରଞ୍ଜନ ମାଝୀ, ରଶ୍ମୀ ରଞ୍ଜନ ରାଉତ, ଅଜୟ କୁମାର ସେଠୀ, ଦିନେଶ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।