ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା କାର୍ଯ୍ୟକ୍ରମ
ରାଇକିଆ,(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା ଜୀବନ ଜ୍ୟୋତି ମହାବିଦ୍ୟାଳୟ ରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଛାତ୍ର ଛାତ୍ରୀ ମାନଙ୍କ ଭିତରେ ନୂତନ ଉଦ୍ୟୋଗିକରଣ ଚିନ୍ତାଧାରାକୁ ଅଗ୍ରଗତି କରାଇବା ଓ ସ୍ୱାବଲମ୍ବି ସହିତ ଆତ୍ମନିର୍ଭର କରାଇବା ଏବଂ ଦେଶର ଅର୍ଥନୀତିର ପ୍ରଗତିରେ ସହାୟକ ହେବା ଉଦ୍ଦେଶ୍ୟ ରେ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅଧ୍ୟାପିକା ଲିଜାଲିନ୍ ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଉମାକାନ୍ତ ରଥ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ବେହେରା ଯୋଗ ଦେଇ ବିକାଶଶୀଳ ରାଷ୍ଟ୍ର ରେ ଉଦ୍ୟୋଗୀ ଙ୍କ ଭୂମିକା ସଂପର୍କ ରେ ଆଲୋକପାତ କରିଥିଲେ । ଏହି ନବୀକରଣ ଉଦ୍ୟୋଗ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନରେ ଉତୀର୍ଣ୍ଣ ହୋଇଥିବା ଛାତ୍ରୀ ସ୍ଵାଗତିକା ପ୍ରଧାନ ସେ ହଳଦୀ ଉତ୍ପାଦନ ଓ ପ୍ରକ୍ରିୟାକରଣ ସଂପର୍କିତ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଜ୍ୟୋତି ପ୍ରଧାନ ଓ ଜଗମୋହିନୀ ପ୍ରଧାନ ଦ୍ୱିତୀୟ ସ୍ଥାନ ଏବଂ ବିନୋଦ ଅର୍ଜଳି ଓ କିସାନ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଅଧ୍ୟାପକ ବେଣୁପାଣି ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଅଧ୍ୟାପକ ଡ଼ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।