ବିଦ୍ୟୁତ ବିଭାଗର ଦାୟିତ୍ବ ହିନତା ଯୋଗୁଁ ଲଟା ବୁଦା ରେ ଲୁଚି ଗଲାଣି ଟ୍ରାନ୍ସଫର୍ମର

କେନ୍ଦୁଝର (ଓ୍ବାଇଏନଏସ): ଟାଟା ପାଓ୍ବାର ବିଦ୍ୟୁତ ବଣ୍ଟନ ଦାୟିତ୍ଵ ନେବା ପରେ ବିଦ୍ୟୁତ ସେବା ଯୋଗାଇବାରେ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରୁଛି ସତ କିନ୍ତୁ ଆଜିବି ଅନେକ ବିଦ୍ୟୁତ ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥାରେ ରହି ବିପଦକୁ ନିମନ୍ତ୍ରଣ କରୁଥିଲେ ମଧ୍ୟ ଦାୟିତ୍ଵ ରେ ରହିଥିବା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ଲାଇନ ମ୍ୟାନ ମାନେ ସେହି ତ୍ରୁଟି କୁ ସୁଧାରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ଯାହା ଫଳରେ ଉପଭୋକ୍ତା ମାନେ ଠିକ ଭାବରେ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ଗ୍ରାମବାସୀ ଙ୍କ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଉଠା ଜଳସେଚନ ବିଭାଗ ତରଫରୁ ବ୍ୟବସ୍ଥା କରିଛନ୍ତି। ଚାଷ ଜମିକୁ ପାଣି ଉଠାଇବା ପାଇଁ ଲାଗିଥିବା ମଟରକୁ ବିଦ୍ୟୁତ ସଂଯୋଗ କରାଯାଇଛି। ଏହି ମଟର ଚାଲିବା ପାଇଁ ବିଭାଗ ତରଫରୁ ସ୍ବତନ୍ତ୍ର ଭାବରେ ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗିଛି। ବର୍ତ୍ତମାନ ଏହି ବିଦ୍ୟୁତ ଟ୍ରାନ୍ସଫର୍ମର ଚାରିପଟେ ଅନାବନା ଗଛ ତା ସହିତ ଟ୍ରାନ୍ସଫର୍ମର କୁ ଲଟା ମାଡି ବସି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି ଟ୍ରାନ୍ସଫର୍ମର ସୁରକ୍ଷା ପ୍ରତି ବିଦ୍ୟୁତ ବିଭାଗ ଗୁରୁତ୍ବ ଦେଉନାହାନ୍ତି ଯାହା ଫଳରେ ଅଧିକାଂଶ ସମୟ ରେ ମଟରକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ରହୁଛି। ଯାହା ଫଳରେ ଚାଷୀ ମାନେ ଯେତେବେଳେ ଚାଷ ଜମି କୁ ପାଣି ନେବାକୁ ଚାହିଁଲା ବେଳେ ପାଣି ନେଇ ପାରୁ ନାହାନ୍ତି ଯାହା ଫଳରେ ଚାଷୀ ମାନଙ୍କ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ବିଦ୍ୟୁତ ଟ୍ରାନ୍ସଫର୍ମର କୁ ମାଡି ଯାଇଥିବା ଲଟାକୁ ସଂପୂର୍ଣ୍ଣ ଭାବରେ ସଫା କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ