ଓଟିଇଟି ପ୍ରଶ୍ନପତ୍ର କେଳେଙ୍କରୀ ମାମଲା, ଆଉ ୨ ଜଣଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ
କଟକ,(ଓ୍ବାଇଏନଏସ): ଓଟିଇଟି ପ୍ରଶ୍ନପତ୍ର କେଳେଙ୍କରୀ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଉ ଦୁଇ ଜଣଙ୍କୁ ରିମାଣ୍ଡରେ ନେବ। ସେମାନେ ହେଲେ ଅଭିଯୁକ୍ତ ରାମଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଷୋୟୀ। ଉଭୟଙ୍କୁ ୨ ଦିନି ପାଇଁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବା ଲାଗି କ୍ରାଇମବ୍ରାଞ୍ଚ ପକ୍ଷରୁ ଜେଏମଏଫସି-୩ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟପଟେ ଏହି ମାମଲାରେ କେସ୍ ଡାଏରୀ ଦାଖଲ ପାଇଁ ସମୟ ନେଇଛି କ୍ରାଇମବ୍ରାଞ୍ଚ। ସୋମବାର ଏହି ମାମଲାରେ ଶୁଣାଣି ବେଳେ କ୍ରାଇମବ୍ରାଞ୍ଚ ସମୟ ମାଗିଥିଲା। ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ମଧ୍ୟ ଘୁଞ୍ଚିଛି। ଆସନ୍ତା ୨୨ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।