ସଡକ ଦୃର୍ଘଟଣାରେ ଝିଅ ମୃତ୍ୟୁ: ଅଳ୍ପକେ ବର୍ତିଲେ ବାପା ଓ ଦୁଇ ଭାଇ

ଛତ୍ରପୁର, (ଓ୍ବାଇଏନଏସ):  ସ୍ଥାନୀୟ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥ ରେ ଟ୍ରକ ଦୃର୍ଘଟଣାରେ ଜଣେ ନାବାଳିକାରମୃତ୍ୟୁ ହୋଇଥିବା ବେଳେ ବାପା ଓ ଦୁଇ ଭାଇ ଅଳ୍ପକେ ବର୍ତିଗଲେ । ମୃତ ନାବାଳିକା ଜଣକ ହେଲେ କାଳିଆବାଲିର ଅବସରପ୍ରାପ୍ତ ଆର୍ମି ଏସ୍‌.ଦେବରାଜ ରେଡ୍ଡିଙ୍କ ଝିଅ ଏସ୍‌.ସୃତି ରେଡ୍ଡି(୧୫) । ସୂଚନା ମୁତାବକ ଦେବରାକ ନିଜ ସ୍କୃଟି ଯୋଗେ ଦୁଇ ପୁଅ ଓ ଝିଅକୁ ବସାଇ କାଳିଆବାଲିରୁ ଛତ୍ରପୁର ଟିଉ୍ୟୁସନ ଛାଡିବାକୁ ଯାଉଥିଲେ। ସ୍ଥାନୀୟ ଡିଆରଡିଏ ଛକ ରୁ  ଛତ୍ରପୁର ଅଭିମୁଖେ ବୁଲିବା ସମୟରେ ଏକ ଗାଡି ତାଙ୍କୁ ଅତ୍ରିକ୍ରମ କରିଥିବାରୁ ସ୍କୁଟି ଚାଳକ ଭାରସ୍ୟାମ ହରାଇ ରାଜପଥରେ ପଡିଯାଇଥିଲେ । ସେହିସମୟରେ ପଛପଟୁ ଏକ ଟ୍ରକ ଓଡି୦୨ ସିଏମ୩୧୬୫ ର ଚକତଳେ ଝିଅ ସୃତି ପଡିଯାଇଥିବା ଅନ୍ୟମାନେ ରାସ୍ତାରେ ଛିଟିକି ପଡିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଛତ୍ରପୁର ମେଡିକାରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ସୃତିକୁ ମୃତ୍ୟୁ ଘୋଷଣା କରିଥିଲେ । ଦୁଇ ଭାଇ ଏସ୍‌.ବିକାଶ ଓ ଏସ.ଲୋକେଶ ଏବଂ ବାପା ଏସ.ଦେବାରାଜ ବର୍ତି ଯାଇଥିଲେ । ଏସ୍‌,ସୃତି କେନ୍ଦ୍ରୀୟ ବିଦ୍ୟାଳୟରେ  ପଢୁଥିବା ଜଣାପଡିଛି । ଖବର ପାଇଁ ଛତ୍ରପୁର ମେଡିକାଲ ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏବଂ ଛତ୍ରପୁର ଏସ ଡି ପିଓ ଅନ୍ୟାନ୍ୟ ଅଧିକାରୀ ମାନେ ପହଁଚି ଥିଲେ,  ପୁଲିସ  ଟ୍ରକକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି ।   ମେଡିକାଲରେ ପହଂଚି ଶବକୁ ମଧ୍ୟ ଜବତ କରି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇ ପଠାଇଛନ୍ତି । ଘଟଣା ର ତଦନ୍ତ ଜାରି ରଖିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ