ଗ୍ରାମପଞ୍ଚାସ୍ତରୀୟ ଜନ ଶୁଣାଣୀ
ଛତ୍ରପୁର, (ଓ୍ବାଇଏନଏସ) : ଯୁବ ଆଇଏଏସ ଅଫିସର ଭି.କୀର୍ତ୍ତିଭାସନ ଗଂଜାମ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ଦିନ ଠାରୁ ଲୋକଙ୍କ ଅଭିଯୋଗ କୁ ସେ ଗୁରୁତ୍ୱ ଦେଇଆସିଛନ୍ତି । ଏହାସହିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ ନିଜେ ଲାପଟପ ଧରି ଲୋକଙ୍କ ଅଭିଯୋଗ ଗୁଡିକୁ ଅନଲାଇନ ମାଧ୍ୟମରେ ଜନ ଶୁଣାଣୀ ପୋର୍ଟାଲରେ ପଞ୍ଜିକରଣ କରିବା ଦେଖିବାକୁ ମିଳିଥିଲା । ଏହାସହ ଲୋକଙ୍କ ଅଭିଯୋଗ ଗୁଡିକ ପଞ୍ଚିକରଣ ହୋଇ ଟ୍ରାକ ହୋଇପାରିବ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ପାଖକୁ ଯାଇ ପାରିବ । ଯାହାଦ୍ୱାରା ଏହାର ସ୍ଥିତି ସମ୍ପର୍କରେ ଲୋକେ ନିଜେ ଅନଲାଇନ ମାଧ୍ୟମରେ ଜାଣି ପାରିବେ । ଏବେ ଆଉ ପାଦେ ଆଗକୁ ଆସି ଲୋକମାନେ କିପରୀ ଦୂରକୁ ନ ଯାଇ ନିଜ ଅଂଚଳରେ ରହି କିପରୀ ନିଜ ନିଜ ସମସ୍ୟା ଗୁଡିକ ଜଣାଇ ପାରିବେ ସେଥି ସକାଶେ ଅଧିକାରୀ ମାନେ ସେମାନଙ୍କ ନିକଟରେ ପହଞ୍ଚି ପାରିବେ । ତାହା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । ସେନେଇ ଆଜି ଜିଲ୍ଲାରେ ଗ୍ରାମ ପଞ୍ଚାୟତସ୍ତରୀୟ ଜନ ଶୁଣାଣୀ ଆରମ୍ଭ ହେବା ସହିତ ପାତ୍ରପୁର ବ୍ଲକରେ ଜିଲ୍ଲାସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଛତ୍ରପୁର ପଞ୍ଚାୟତସମିତ ପକ୍ଷରୁ ଅଗସ୍ତିନୂଆଗାଁ ଠାରେ ଗ୍ରାମ ପଞ୍ଚାୟତସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଏଥିରେ ୩୦୬ଟି ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ ସେଥିରୁ ୩୦୩ଟି ବ୍ୟକ୍ତଗତ ଏବଂ ୩ଟି ସାମୁହିକ ରହିଥିଲ।। ପ୍ରାୟ ରାସନକାର୍ଡ, ପ୍ରଧାନମନ୍ତ୍ରୀ ଯୋଜନାରେ ଗୃହ, ଭତ୍ତା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅଭିଯୋଗ ଗୁଡିକ ଦେଖିବାକୁ ମିଳିଥିଲା । । ଏହି କାର୍ଯ୍ୟକ୍ରମରେ ବ୍ରହ୍ନପୁର ଅତିରିକ୍ତ ଉପଜିଲ୍ଲାପାଳ ରୀନା ନାୟକ ନୋଡାଲ ଅଫିସର ଭାବେ ଯୋଗଦେଇଥିବା ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ଏବିଡିଓ ଜୟଶ୍ରୀ ନାୟକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।