ଟ୍ରଷ୍ଟ ପକ୍ଷରୁ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ ଗରୀବ ମେଧାବୀ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆଳିଜଙ୍ଗା ସ୍ଥିତ ହଳଦିଡିହ ଗ୍ରାମର ସ୍ୱର୍ଗତ ସବ୍ୟସାଚୀ ନାୟକ ଓ କାଞ୍ଚନବାଳା ନାୟକଙ୍କ ଘରେ ପହଞ୍ଚି ତାଙ୍କ ଝିଅ ତଥା +୨ ବାଣିଜ୍ୟ ଛାତ୍ରୀ ରୋଜାଲିନ ନାୟକଙ୍କୁ ମେଧାବୃତ୍ତି ପ୍ରଦାନ କରିବା ସହ ତାଙ୍କର ଉତରତ୍ତୋର ଉନ୍ନତିକାମନା କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଟ୍ରଷ୍ଟ ପକ୍ଷରୁ ଗରୀବ ତଥା ଅସହାୟ ଲୋକମାନଙ୍କୁ ଆବଶ୍ୟକ ସମୟରେ ଆର୍ଥିକ ସହାୟତା ଏବଂ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠପଢିବା ପାଇଁ ମୋଧାବୃତ୍ତି ପ୍ରଦାନ କରାଯିବା ସହ ଘରପୋଡି, ବନ୍ୟା, ବାତ୍ୟା ଭଳି ଦୈବୀଦୂର୍ବିପାକ ସମୟରେ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ, ବସ୍ତ୍ର, ରୋଷେଇ ସାମଗ୍ରୀ, ଚୂଡା,ଚାଉଳ, ବିସ୍କୁଟ, ରାସନ ପ୍ରଭୃତି ଏବଂ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦୀର୍ଘ ବର୍ଷ ଧରି ପ୍ରଦାନ କରାଯାଇ ଆସୁଅଛି। ଟ୍ରଷ୍ଟର ଏଭଳି ସମାଜସେବାମୂଳକ କାର୍ଯ୍ୟକୁ ଅନେକ ସମୟରେ ବହୁ ପ୍ରଶଂସା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ