ପିଏମ୍ ଶ୍ରୀ ଜବହାର ନବୋଦୟ ବିଦ୍ୟାଳୟ ହଦଗଡ଼ ରେ ଜାତୀୟ ଅନ୍ତରୀକ୍ଷ ଦିବସ ପାଳନ

ହାଟଡିହି (ଓ୍ବାଇଏନଏସ): ଅଗଷ୍ଟ ୨୩ ତାରିଖ କୁ ଜାତୀୟ ଅନ୍ତରୀକ୍ଷ ଦିବସ ଭାବେ ପାଳନ କରୁଛି ଭାରତ।ଏହି ପରିପ୍ରେକ୍ଷୀରେ ଆଜି ହାଟଡିହି ବ୍ଲକ ହଦଗଡ଼ ଜବହାର୍ ନବୋଦୟ ବିଦ୍ୟାଳୟରେ ଜାତୀୟ ଅନ୍ତରୀକ୍ଷ ଦିବସ ପାଳନ ହୋଇଯାଇଛି।ବିଦ୍ୟାଳୟର ଭାରାପ୍ରାପ୍ତ ଅଧ୍ୟକ୍ଷ ଉପେନ୍ଦ୍ରନାଥ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ଚରଣ ନାୟକ, ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପାର ବିଧାୟକ ପାର୍ଥି ତଥା ବିଜେପି ନେତା ଆଲୋକ ସେଠୀ, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଅନ୍ତରୀକ୍ଷ ଦିବସ ପାଳନ ର ଆଭିମୁଖ୍ୟ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ବର୍ତମାନ ଭାରତ ସରକାରଙ୍କ ଦ୍ବାରା ଏହି ଅନ୍ତରୀକ୍ଷ ଦିବସ ପାଳନ କରାଯାଉଥିବାବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଉପରେ ଅଧିକ ଜ୍ଞାନ ଆହରଣ କରିବା ସହିତ ବିଜ୍ଞାନ ପ୍ରତି ଆକୃଷ୍ଟ ହେବା ପାଇଁ ଏହା ଏକ ପ୍ରୟାସ ବୋଲି କୁହାଯାଇଥିଲା। ମୁଖ୍ୟ ଅତିଥି ସାଂସଦ ଶ୍ରୀ ନାୟକ ଯୁଗ ଯୁଗରୁ ଭାରତର ସ୍ଥିତି ଓ ବର୍ତମାନ ସମୟର ସ୍ଥିତି ଉପରେ ବିଭିନ୍ନ ଉଦାହରଣ ଦେଇ ବିଜ୍ଞାନ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ କହିବା ସହିତ ଚନ୍ଦ୍ରାୟନ, ମଙ୍ଗଳ ଯାନ ଇତ୍ୟାଦି କିଭଳି ବୈଜ୍ଞାନିକମାନେ ସଫଳ ହୋଇ ନିଜର ଅନ୍ତରୀକ୍ଷ ସ୍ଥାନ ବଜାୟୀ ରଖୁଛନ୍ତି ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଏହି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀ ମାନେ ଅନ୍ତରୀକ୍ଷ ମହାକାଶ ଉପରେ ଅଧିକ ଜ୍ଞାନ ଆହରଣ କରିପାରିବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।  ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଅନ୍ତରୀକ୍ଷ ଯାନ ପ୍ରକଳ୍ପର ନମୁନା ପ୍ରଦର୍ଶନ କରାଯାଇ ଥିଲା। ଛାତ୍ରଛାତ୍ରୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏପରି ପ୍ରୟାସକୁ ଭୂରି ଭୂରି ପ୍ରଶଂସା କରିଥିଲେ। ଓଡିଆ ଅଧ୍ୟାପକ ପ୍ରଦୀପ କୁମାର ଭୟାଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଭୀମସେନ ମଲ୍ଲିକ, ହରମୋହନ ଶାସିନି, ଶୁଶାନ୍ତ କୁମାର ଜେନା, ଯୁଧିଷ୍ଠିର ମଲ୍ଲିକ, ବିବେକାନନ୍ଦ ରାଉତ, ବୈଲୋଚନ ନାୟକ, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଟିକି କିସ୍କୁଙ୍କ ସମେତ ବିଜେପି ର ବହୁ କର୍ମୀ ଓ ନାରୀ ନେତ୍ରୀମାନେ ଯୋଗ ଦେଇଥିଲେ। ଅଧ୍ୟାପକ ସୁବାସ ଚନ୍ଦ୍ର ନାୟକ, ପ୍ରିତିସ ରଞ୍ଜନ ରାଜୁଲ, ରଞ୍ଜିତା ବିଶ୍ଵାଳ, ସୀତା କୁମାରୀ ମୁର୍ମୁ, ସଞ୍ଜୟ କୁମାର ପାଢ଼ୀ, ଶଙ୍କଲ ଲାଲ, ତ୍ରିଲୋକି ନାଥ, ନିତ୍ୟାନନ୍ଦ ପାତ୍ର, ସୁକାନ୍ତି ଦାସ, ଶୁଭଜିତ୍ ଭୂୟାଁ, ପ୍ରଦୀପ କୁମାର ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସୁଧାଂଶୁ ଦକ୍ଷିଣ ରାୟ, ପ୍ରଫୁଲ୍ଲ କୁମାର ସାହୁ, ନରେନ୍ଦ୍ର କୁମାର ମିଶ୍ର, ନରେନ୍ଦ୍ର ସୁତାର, ସଞ୍ଜୀବ କୁମାର ସାହୁ, ବସନ୍ତ କୁମାର ନାଇକ, ସନ୍ତୋଷ କୁମାର ଦାସ, ରବୀନ୍ଦ୍ର କୁମାର ବେହେରାଙ୍କ ସମେତ ଅନେକ ଅଭିଭାବକ ଯୋଗଦେଇ ଥିଲେ। ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ