ଅଜଣା ରୋଗର ପ୍ରାର୍ଦୁଭାବ: ଆତଙ୍କିତ ହୋଇ ରହିଥିବା କିତିଙ୍ଗ ଗ୍ରାମରେ ପହଞ୍ଚିଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା କାଶୀନଗର ବ୍ଲକ ବୁଦୁରା ପଞ୍ଚାଯତ କିତିଙ୍ଗି ଗ୍ରାମରେ କିଛିଦିନ ହେଲା ଅଜଣା ରୋଗ ବ୍ୟାପୁଥିବା ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି. ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଖବର ପାଇ ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ  ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀଙ୍କ ସହ ଘଟଣା ସ୍ଥଳରୁ ମୋବାଇଲ ଦ୍ୱାରା ଆଲୋଚନା କରିଛନ୍ତି.     ବିଧାୟକଙ୍କ ପରିଦର୍ଶନ ବେଳେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଗାବରା ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା ଓ ସମିତିସଭ୍ୟ ବି ବାବୁରାଓ ଉପସ୍ଥିତ ଥିଲେ | ଉକ୍ତ ଗ୍ରାମରେ ୨୦୦ ଘର ରହିଥିବା ବେଳେ କିଛିଦିନ ହେଲା ଶତାଧିକ ଗ୍ରାମବାସୀଙ୍କୁ ଜ୍ଵର ହେବା ସହ ହାତଗୋଡ଼ ବିନ୍ଧା ହୋଇ ଘରୁ ଉଠିପାରୁନାହାନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମେଡିକାଲ ଟିମ୍ ଉକ୍ତ ଗ୍ରାମରେ ପହଞ୍ଚି ଜ୍ୱର ପୀଡିତଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲେ. ଅଧିକ ଚିକିତ୍ସା ପାଇଁ ଲୋକେ ଅନ୍ଧ୍ର ଯାଇ ଖର୍ଚ୍ଚାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟକାର୍ଡ ମେଡ଼ିକାଲରେ ଲାଗୁ ହୋଇନଥିବା ଯୋଗୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ନେଇ ଜଣାଇଛନ୍ତି ଗ୍ରାମବାସୀ। ବିଧାୟକ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ମୋବାଇଲରେ ଯୋଗାଯୋଗ କରି ଅତିଶୀଘ୍ର ଗ୍ରାମବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆଲୋଚନା କରିଥିଲେ I ଗ୍ରାମର ଚାରିପଟେ ଅଳିଆ ଆବର୍ଜନା ପଡ଼ି ରହିଥ୍‌ବା, କେନାଲ ସଫେଇ ହୋଇନଥିବା, କେନାଲ ନିର୍ମାଣ ହୋଇନଥିବା ଯୋଗୁ ବର୍ଷା ଆବର୍ଜନା ପାଣି ଗାଁ ମଧ୍ୟକୁ ଆସୁଥିବା ଯୋଗୁ ଗ୍ରାମବାସୀରୋଗରେ ପଡୁଥ‌ିବା ସନ୍ଦେହ କରାଯାଉଛି ବୋଲି ବିଧାୟକ କହିଛନ୍ତି। ସେହିପରି ଗ୍ରାମରେ ଥିବା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଯାଇ ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିଥିଲେ ବିଧାୟକ। ଲୋକଙ୍କ ଠାରେ ଯେଉଁ ଲକ୍ଷଣ ଦେଖୁବାକୁ ମିଳୁଛି ତାହା ଡେଙ୍ଗୁ ହୋଇପାରେ । ରକ୍ତ ପରୀକ୍ଷା ରିପୋର୍ଟ ଆସିବା ପରେ ପ୍ରକୃତ ରୋଗ ଜଣାପଡିବ ବୋଲି ସ୍ବାସ୍ଥ୍ୟକର୍ମୀ କହିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ