*ବାଘାଜତୀନ ଉନ୍ନୟନ କମିଟି ପକ୍ଷରୁ ଅନୁଷ୍ଠିତ ହେଲା ବିଭିନ୍ନ ପ୍ରତିଯୋଗିତା*

ବାଲେଶ୍ବର(ସରୋଜ ପଣ୍ଡା): ସହିଦ ବାଘାଜତୀନଙ୍କ ୧୧୦ ତମ ସ୍ମୃତି ଦିବସ ପାଳନ ଅବସରରେ ଆଜି ନୃତ୍ୟ ସଂଗୀତ କଳା ମନ୍ଦିର ପରିସରରେ ବାଲେଶ୍ବରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବିଭିନ୍ନ ବିଭାଗରେ ଚିତ୍ରାଙ୍କନ,ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମକୁ ବାଘାଜତୀନ ଉନ୍ନୟନ କମିଟିର ସାଧାରଣ ସମ୍ପାଦକ ହରେନ ଚନ୍ଦ୍ର ରଣା,ସମ୍ପାଦକ ଧିରେନ ନାୟକ, ଇନତେଖାଫ ଅଲ୍ଲୀ ଖାଁ,କୋଷାଧ୍ୟକ୍ଷ ଲାଭା ପାଣ୍ଡେ,ଉପ ସଭାପତି ସୁଧାଂଶୁ ଶେଖର ଦାସ,ଅପର୍ଣ୍ଣା ମହାପାତ୍ର,ଅର୍ଚ୍ଚନା ନନ୍ଦୀ,ହେମଲତା ଦାସ,ଛବିରାଣୀ ନନ୍ଦ,ଶ୍ରଦ୍ଧାଞ୍ଜଳୀ ରାୟ,ଜ୍ୟୋତ୍ସ୍ନା ସେନାପତି,ସଂଯୁକ୍ତା ମହାପାତ୍ର,ସଂଧ୍ୟାରାଣୀ ଭୂୟାଁ,ଲକ୍ଷ୍ମୀ ଘୋଷ,ଶତ୍ରୁଘ୍ନ ମଲ୍ଲିକ,ରବିନ୍ଦ୍ର ସାହୁ,ମହମ୍ମଦ ମୋକିମ ପ୍ରମୁଖ ସଭ୍ୟ ସଭ୍ୟା ମାନେ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ