ବର୍ଦ୍ଧିତ ଭତ୍ତା ଅପେକ୍ଷାରେ ଯୋଗ୍ୟ ହିତାଧିକାରୀ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ୧୫ଗୋଟି ପଂଚାୟତ ରେ ଚଳିତ ବର୍ଷ ଜୁନ ମାସ ଶେଷ ସୁଦ୍ଧା ଭୋଟରଙ୍କ ସଂଖ୍ୟା ୭୫ହଜାର ରୁ ଉର୍ଦ୍ଧ। ଅସ୍ତରଙ୍ଗ ବ୍ଲକରେ ୧୩ ହଜାର ରୁ ଉର୍ଦ୍ଧ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ରେ ହିତାଧିକାରୀମାନେ ଭତ୍ତା ପାଉଛନ୍ତି। ଯେଉଁଥିରେ ୫ବର୍ଷରୁ ଅଧିକ ୧୮ବର୍ଷରୁ କମ୍ ଦିବ୍ୟାଙ୍ଗ ଭତ୍ତା ହିତାଧିକାରୀ ମଧ୍ୟ ସାମିଲ ଅଛନ୍ତି। ପୂର୍ବ ସରକାର ସମୟରେ ହିତାଧିକାରୀ ଙ୍କୁ ଦୁଇଟି ଯୋଜନା ମାଧ୍ୟ୍ୟମରେ ଭତ୍ତା ଯୋଗାଇ ଦିଆଯାଇଥିଲା। ରାଜ୍ୟ ସରକାର ନିଜ ପାଣ୍ଠିରୁ ମଧୁବାବୁ ପେନସନ ଯୋଜନାରେ ୯ହଜାର ୧ଶହ ୧୦ଜଣ ବାଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ, ଅବିବାହିତ, ଓ ସ୍ବାମୀ ପରିତ୍ୟକ୍ତ  ଭତ୍ତା ପାଉଛନ୍ତି।ସେଥି ମଧ୍ୟରୁ ୬୦ ରୁ ୭୯ ବର୍ଷ  ମଧ୍ୟରେ ୬ହଜାର ୨ଶହ ୧୯ ଜଣ ହିତାଧିକାରୀ ମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ପାଉଥିବା ବେଳେ, ୭ଶହ ୯୧ ଜଣ ହିତାଧିକରୀଙ୍କୁ ୮୦ବର୍ଷରୁ ଅଧିକ ୩ହଜାର ୫ଶହ ଟଙ୍କା ଲେଖାଏଁ ଦିଆଯାଉଛି, ସେଥିମଧ୍ୟରେ ୬୦ଶତକଡା ରୁ ୭୯ଶତକଡା ଦିବ୍ୟାଙ୍ଗ ୨୯୨ଜଣ ଓ ୮୦ଶତକଡା ରୁ ଅଧିକ ଦିବ୍ୟାଙ୍ଗ ୧୩୨ଜଣ ୩୫୦୦ଟଙ୍କା ଲେଖାଏଁ ପାଉଛନ୍ତି, ୪୦ରୁ ୫୯ଶତକଡା ଦିବ୍ୟାଙ୍ଗ ୫୦୩ଜଣ, ବିଧବା ୧୦୨୨ଜଣ,ସ୍ୱାମୀ ପରିତ୍ୟକ୍ତା ୮୩ଜଣ, ଅବିବାହିତ ଯୁବତୀ ୫୮ଜଣ ଓ ଏଚ ଆଇ ଭି ଭୁତାଣୁ ଆକ୍ରାନ୍ତ ୧୦ଜଣ ହିତାଧିକାରୀ ଙ୍କୁ ୧ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି।ସେହିଭଳି କେନ୍ଦ୍ର ଦେଉଥିବା ଇନ୍ଦିରା ଗାନ୍ଧୀ ପେନସନ ଯୋଜନାରେ ସମୁଦାୟ ୪ହଜାର ୬ଶହ ୮୯ ଜଣ ସାମିଲ ହୋଇଥିବା ବେଳେ ସେଥି ମଧ୍ୟରୁ ୬୦ବର୍ଷରୁ ୭୯ ବର୍ଷ ୨ହଜାର ୪ଶହ ୯୬ଜଣ ଏକ ହଜାର ଟଙ୍କା ପାଉଥିବା ବେଳେ, ୮୦ବର୍ଷରୁ ଅଧିକ ୯ଶହ ୮୬ଜଣ ୩୫୦୦ଟଙ୍କା ପାଉଛନ୍ତି। ଭିନ୍ନକ୍ଷମ ୨୨୩ଜଣ ଓ ବିଧବା ୯୮୪ଜଣ ୧ହଜାର ଟଙ୍କା ଲେଖାଏଁ ପାଉଛନ୍ତି।ମାତ୍ର ବହୁ ହିତାଧିକାରୀ ୮୦ବର୍ଷ ରୁ ଅଧିକ ବୟସ୍କ ହୋଇଥିଲେ ବି ସେମାନଙ୍କୁ ବର୍ଦ୍ଧିତ ଭତ୍ତା ମିଳୁନାହିଁ। ସେମାନେ ଜନସେବା କେନ୍ଦ୍ରରେ ଭତ୍ତା ଆବେଦନ କରି ଚାହିଁ ବସିଛନ୍ତି। ବର୍ତମାନ ରାଜ୍ୟ ସରକାର ନୂତନ ଭତ୍ତା କୋଟା ପ୍ରଦାନ କରିନାହାନ୍ତି। ଏହି କୋଟା ପାଉଥିବା ହିତାଧିକାରୀଙ୍କର ମୃତ୍ୟୁ ହେଲେ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଉଛି। ଅସ୍ତରଙ୍ଗ ବ୍ଲକ ରେ ବିଭିନ୍ନ ପଂଚାୟତ ରୁ ୧୫ଶହ ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ବାରମ୍ବାର ଜନସେବା କେନ୍ଦ୍ର ଓ ବ୍ଲକ ଦୌଡ଼ି ଅଯଥା ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ସେମାନଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବା ପାଇଁ ହିତାଧିକାରୀ ମାନେ ଜିଲ୍ଲାପାଳ ନିକଟରେ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ