ବେଲଗାଁରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ
ପୋଲସରା, : ପୋଲସରା ବ୍ଲକ ଅନ୍ତର୍ଗତ ବେଲଗାଁ ପଞ୍ଚାୟତରେ ଅଗଷ୍ଟ ୨୫ ତାରିଖ ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ପୋଲସରା ବିଡିଓ ଶଶୀ ଭୂଷଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ବେଲଗାଁ, ଛଞ୍ଚାଣିଆ ପଲ୍ଲୀ, ବଘାଡି, ମଧୁସୂଦନପୁର, ଡିମ୍ବିରିଆ ଆଦି ଗ୍ରାମର ୧୧୫ ଜଣ ବ୍ୟକ୍ତି ଶିବିରରେ ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ। ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ବହୁଳ ମାତ୍ରାରେ ରାସନ କାର୍ଡ ଓ ଭତ୍ତା ଲାଗି ଅଭିଯୋଗ ପତ୍ର ଆସିଥିଲା। ଅନ୍ୟାନ୍ୟ କିଛି ଛୋଟ ସମସ୍ୟାକୁ ନେଇ ଅଭିଯୋଗ ମଧ୍ୟ ଆସିଥିଲା। ଦିବ୍ୟାଙ୍ଗମାନଙ୍କୁ ମଧ୍ୟ ଟ୍ରାଈସାଇକେଲ ପ୍ରଦାନ କରାଯାଇଥିଲା। ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ସାହୁ, ବ୍ଲକ ଶିକ୍ଷାଧିକାରୀ ଶ୍ରୀହର୍ଷ ବାବୁ ଖାଡ଼ଙ୍ଗା, ଆଇଆଇସି କୌଶିକ ମାଝୀ, ଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା, ସିଡିପିଓ ତିଳୋତମା ରାଉତ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର କର୍ମଚାରୀ ଓ ବ୍ଲକର ଅଧିକାରୀ ବୃନ୍ଦ ସହଯୋଗ କରିଥିଲେ।