ଆଇତିପୂର ପଞ୍ଚାୟତରେ ଶହଶହ ଏକର ଚାଷଜମି ବନ୍ୟାରେ ଜଳମଗ୍ନ

ହାଟଡିହି, (ଓ୍ବାଇଏନଏସ): ବୈତରଣୀ ନଦୀରେ କ୍ରମାଗତ ତୃତୀୟ ବନ୍ୟା ଆସିବା ଦ୍ବାରା ହାଟଡିହି ବ୍ଳକ୍  ଆଇତିପୂର ପଞ୍ଚାୟତର ବିଭିନ୍ନ  ଗ୍ରାମରେ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ଗ୍ରାମର ଅନେକ ଚାଷୀଙ୍କ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ୪ଦିନ ହେଲା ଚାଷଜମି ଜଳମଗ୍ନ ରହିଥିବାରୁ ଧାନଗଛ ସବୁ ପଚି ନଷ୍ଟ ହେବାକୁ ବସିଛି।  ଚାଷୀମାନଙ୍କ ଅଭିଯୋଗଯେ ଚଳିତ ବର୍ଷ ତୃତୀୟ ବନ୍ୟା ଆସିବା ଦ୍ୱାରା ଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ରାଘବପୁର ନିକଟରେ ମୁକୁଳା ନଦିବନ୍ଧ ବାଟେ ବନ୍ୟାଜଳ ପ୍ରବେଶ କରି ରାଘବପୁର, ଆଇତିପୂର, ନୁଆଗାଁ, ଅମୃତପୁର ଆଦି ଗ୍ରାମର ଚାଷ ଜମି ଜଳମଗ୍ନ ହେଉଛି। ଦିତୀୟ ବନ୍ୟା ରେ ବନ୍ୟା ଜଳ ପସି ଯାହା କ୍ଷତି କରିଥିଲା ପରବର୍ତ୍ତୀ ସମୟରେ ପୁନଶ୍ଚ ରୁଆ ପୋତା କରି ଚାଷ କାମ କୁ ଆଗେଇ ନେଇଥିବା ବେଳେ ପୁର୍ନବାର ତୃତୀୟ ବନ୍ୟାର ବନ୍ୟା ଜଳ ଆସି ଅନେକ କ୍ଷତି ଘଟାଇଲା। ଏପରିକି ଅନେକ ଚାଷଜମିରେ ଅଧାରୁ ଅଧିକ ଧାନ ଗଛ ସବୁ ପଚି ଯାଇଛି। ଏବେ ଆଉ ଧାନ ତଳି ମିଳୁ ନଥିବାରୁ ଚାଷୀ ମାନେ କଣ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜଳ ନିଷ୍କାସନ ହୋଇ ନାହିଁ। ଅନେକ ଜମି ବାଲିଚର ମଧ୍ଯ ହୋଇ ଯାଇଛି। ତେଣୁ ସରକାର ତୁରନ୍ତ ଏହାର ଅନୁଧ୍ୟାନ କରି ଚାଷୀଙ୍କ ଦୁଃଖ ବୁଝନ୍ତୁ ବୋଲି ଆଇତିପୁର ଗ୍ରାମର ତ୍ରିଲୋଚନ ରାଉତ , ବୈଲୋଚନ ରାଉତ , ପୟୋଧର ପୁହାଣ , ସରୋଜ ପୁହାଣ , ଗୋଲଖ ରାଉତ , ନିରାକର ଦାସ , ଗୋପାଳ ବିଶ୍ଵାଳ ,  କୋଦଣ୍ଡ ଜେନା , ଦିଲୀପ ପରିଡା , ରଘବାପୁର ଗ୍ରାମର ସୁଦର୍ଶନ ଜେନା , ଜୟରାମ ଜେନା , ପଞ୍ଜାବ କେଶରୀ ଜେନା , ମହେଶ୍ୱର ବେହେରା , କଳାକାର ନାୟକ , ରମାକାନ୍ତ  ଜେନା , ପ୍ରଦୋଷ ବେହେରା , ଜଗନ୍ନାଥ ଜେନା , ଭାଗିରଥି ଧଳ, ବିଚିତ୍ର ରାଉତ, ସନ୍ତୋଷ ରାଉତ , ଅଶୋକ ଜେନା ,  ନୂଆଗାଁ ଗ୍ରାମର   ପୁରସ୍ତମ ଜେନା , ଅର୍ଜୁନ ବେହେରା , ସନ୍ତୋଷ ବେହେରା, ବାଇଧର ଜେନା, ଅଶୋକ ନାୟକ , ଜଗବନ୍ଧୁ ନାୟକ ପ୍ରମୁଖ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ