ଉତ୍କଳ ଗୌରବ ମଧୁସୂଦନ ଜୟନ୍ତୀ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ସାଂସ୍କୃତିକ ବହୁମୁଖୀ ପ୍ରତିଷ୍ଠାନ ଜାତୀୟ ସଙ୍ଗୀତ କଳାକେନ୍ଦ୍ର ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ କଣ୍ଠଶିଳ୍ପୀ ଆଶୁତୋଷ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତି ସଭାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ତଥା ବରିଷ୍ଠ ସାରସ୍ୱତ ସାଧକ ସୁବାସ ଚନ୍ଦ୍ର ସାହୁ ରୋଶନ୍ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହ ଦୂରଦ୍ରଷ୍ଟା ଉତ୍କଳ ଗୌରବ ମଧୁସୂଦନ ଦାସ ଏ ଜାତିର ଜନୈକ କର୍ଣ୍ଣଧାର ଥିଲେ ବୋଲି ମନ୍ତବ୍ୟ ଦେବା ସହ ଆମେ ଆମ ଜାତୀୟତାବୋଧକୁ ଯେତିକି ଜାବୁଡି ଧରିବାରେ ସଫଳକାମୀ ହେବା, ସେତିକିମାତ୍ରାରେ ଆମ ଜାତିର ପ୍ରଗତି ଓ ସମୃଦ୍ଧି ବିକଶିତ ହେବ ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଉଦବୋଧନ ଦେଇଥିଲେ। କଳାକେନ୍ଦ୍ର ସମ୍ପାଦକ ସ୍ଵରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ୱାଗତ ଭାଷଣ କ୍ରମରେ ଉତ୍କଳ ଗୌରବଙ୍କ କୃତରାଜିର ସିଂହାବଲୋକନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ କଳାକେନ୍ଦ୍ର ଛାତ୍ରୀମାନେ ଗାନ କରିଥିଲେ। ସର୍ବଶ୍ରୀ ଲଷ୍ମୀ ନାରାୟଣ ଆଚାରୀ, ନିତ୍ୟାନନ୍ଦ ପାଢ଼ୀ, କିରଣ କୁମାର ମହାନ୍ତି, ଅରୁଣ କୁମାର ସାହୁ, ଅନିଲ ପାଢ଼ୀ, ଅନୁରାଧା ମହାପାତ୍ର, ଉମାମଣି ସାବତ, ଗାୟତ୍ରୀ ନାୟକ ପ୍ରମୁଖ ଏହି ଅବସରରେ ଉତ୍କଳ ଗୌରବଙ୍କ ସ୍ମୃତି ଚାରଣ କରିଥିଲେ। ପରିଶେଷରେ ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ