ଅଗ୍ରପୂଜ୍ୟ ଗଜାନନ ଙ୍କୁ ନିଆରା ଭାବରେ ଭବ୍ୟ ସ୍ୱାଗତ
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଈଗୁଆଁ ପଂଚାୟତ ବିନାୟକପୁର ସ୍ଥିତ ସିଦ୍ଧିବିନାୟକ ପୂଜା କମିଟି ପକ୍ଷରୁ ନିଆରା ଭାବରେ ଅଗ୍ରପୂଜ୍ୟ ଗଜାନନ ଙ୍କୁ ସ୍ୱାଗତ କରାଯାଇଛି। ଖବର ମୁତାବକ ନଈଗୁଆଁ ପଂଚାୟତ ବିନାୟକପୁର ଗ୍ରାମର ଦୀର୍ଘ ୪୩ବର୍ଷର ପୂଜା ଅନୁଷ୍ଠାନ ସିଦ୍ଧି ବିନାୟକ ପୂଜା କମିଟି ତରଫରୁ ନିଆରା ଉପାୟରେ ଅଗ୍ରପୂଜ୍ୟ ଗଜାନନ ଙ୍କୁ ପୂଜା ମଣ୍ଡପ କୁ ଆଣିଥାନ୍ତି। ମଙ୍ଗଳବାର ଦିନ ଅପରାହ୍ନ ସମୟରେ ସିଦ୍ଧିବିନାୟକ କମିଟି ତରଫରୁ ଖଣ୍ଡାସାହି ଛକ ଠାରୁ ସ୍ୱତନ୍ତ୍ର ବାଜା, ବାଣ ଓ ସଂକୀର୍ତନ ମାଧ୍ୟ୍ୟମରେ ବିଗ୍ନ ବିନାଶନ ପ୍ରଭୁ ଗଜାନନ ଙ୍କୁ ଭବ୍ୟ ସ୍ୱାଗତ କରାଯାଇ ମଣ୍ଡପ ସ୍ଥାପନା କରାଯାଇଥିଲା। ଏଭଳି ନିଆରା ଭବ୍ୟ ସ୍ୱାଗତ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।


