କାନପୁର ଗାଁ ରେ ଭୂସ୍ଖଳନ ଘଟଣା: ଅତିଶୀଘ୍ର ଗାଁ ର ସୁରକ୍ଷା ପାଇଁ ନିଆଯିବ ପଦକ୍ଷେପ

ହାଟଡିହି  (ପାର୍ଥ ସୌରଭ ସା): ସାଳନ୍ଦୀ ନଦୀ ତାର ଗତିପଥ ବଦଳାଇ ଗାଁ ପାଖକୁ ମାଡି ମାଡ଼ି ଆସୁଥିବାରୁ ନଦୀରେ ଲିନ ହେବାକୁ ବସିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର କାନପୁର ଗ୍ରାମ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ଏହାକୁ ଗୁରୁତର ସହିତ ନେଇଛି। ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନାଙ୍କ ସୁଚନା ଅନୁଯାଇ ସେ ଏନେଇ ଜଳ ସମ୍ପଦ ବିଭାଗ ସହିତ ଆଲେଚନା କରିଛନ୍ତି। ଜଳ ସମ୍ପଦ ବିଭାଗ ୧୦ରୁ ୧୫କୋଟି ଟଙ୍କା ବ୍ୟୟରେ  ଏକ ଯୋଜନା ପ୍ରସ୍ତୁତି କରିଛି। ଅଳ୍ପ ଦିନ ଭିତରେ ଏହାର କାମ ଆରମ୍ଭ କରାଯିବ ବୋଲି ଉପଜିଲ୍ଲାପାଳ ସୁଚନା ଦେଇଛନ୍ତି। ସେହିପରି ଯଦି ବର୍ତ୍ତମାନ କିଛି ତ୍ୱରିତ ପଦକ୍ଷେପ ନେବାକୁ ଆବଶ୍ୟକ ପଡେ ସେପରି ପଦକ୍ଷେପ ନେବେ ବୋଲି କହିଛନ୍ତି।   ଏଠାରେ ସୂଚନାଯୋଗ୍ୟ ଯେ ସାଳନ୍ଦୀ ନଦୀର ଜଳସ୍ରୋତ ନଦୀ ମଝିରେ ଯାଉଥିବା ବେଳେ ୧୯୯୯ ମସିହା ମହାବାତ୍ୟା ପରଠାରୁ ଏହାର ଗତିପଥ ପରିବର୍ତନ ହୋଇଛି। କାନପୁର ଗାଁ ପାଖଦେଇ ଜଳ ସ୍ରୋତ ପ୍ରବାହିତ ହେଉଥିବାରୁ ଏହା ଗାଁ ପାଇଁ ବିପଦ ସୃଷ୍ଟି କରିଛି। ୨୦୧୪/୧୫ରୁ ଏହି ଭୁସ୍ଖଳନ ଆରମ୍ଭ ହୋଇ  ଅନେକ ଲୋକଙ୍କ ଘର ଭାଙ୍ଗି ପଡିଥିବା ବେଳେ ଅନେକ ଲୋକଙ୍କ ଘରବାଡ଼ିରୁ ଗଛ ସବୁ ଉପୁଡ଼ି ମାଟି ସବୁ ନଦୀ ମଧ୍ୟକୁ ଖସି ପଡ଼ିଛି।ପ୍ରତି ବର୍ଷ ୫/୧୦ ଫୁଟ କୁଳ ଖାଉଥିବା ବେଳେ ଭୂସ୍ଖଳନ ଘଟି ଅନେକ କ୍ଷୟ କ୍ଷତି ହେଉଛି। ଗତ ୬ଦିନ ତଳେ ଅନେକ ଲୋକଙ୍କ ପାଇଖାନା, ଗୁହାଳ ଘର ନଦୀରେ ଲୀନ ହୋଇଛି। ଯେଉଁ ପ୍ରକାର ଅତଡି ଖସୁଛି ଯଦି ଏପରି ଲାଗି ରୁହେ ତେବେ ଅଳ୍ପ ଦିନ ଭିତରେ ଅନେକ ଲୋକ ଙ୍କ କୋଠା ଘର ମଧ୍ଯ ସାଳନ୍ଦୀ ନଦୀ ମଧ୍ୟରେ ଲୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ଗାଁର ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଗାଁ ମଝିରେ ଥିବା ଡିଗି ପୋଖରୀରୁ ମାଟି ତଳେ ତଳେ ପାଣି ଯାଇ ଏପରି ହେଉଥିବା କିଛି ଗ୍ରାମବାସୀ ସନ୍ଦେହ କରିଛନ୍ତି। ଗ୍ରାମବାସୀ ମାନେ ଗାଁ ଟିକୁ ରକ୍ଷା କରିବାକୁ ମୂଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ