ବେଆଇନ ପଥର ବୋଝେଇ ଗାଡ଼ି ଜବତ

ନୀଳଗିରି(ଲେଲିନ୍ କୁମାର ଦେ): ନୀଳଗିରି ଅଞ୍ଚଳରେ  ବିଶେଷକରି ବାଘମରା ଖାଦାନ ଅଞ୍ଚଳରେ ଚୋରାରେ ପଥର ବ୍ଲାଷ୍ଟିଂ କରି ପଥରଚାଲାଣ କାରବାର ଦିନକୁଦିନ ବଢ଼ିବାରେ ଲାଗିଛି।ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ ନୀଳଗିରି ପୋଲିସ ପକ୍ଷରୁ ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ନେତୃତ୍ୱରେ ସଜନାଗଡ ପଂଚାୟତର ଭାଲୁକାଶୁଣି ଅଞ୍ଚଳରେ ଚଢ଼ାଉ କରି ଓଆର ୨୫ ବି୫୩୨୫ ନମ୍ବର ବିଶିଷ୍ଟ  ଚୋରାପଥର ବୋଝେଇ ଏକ ମିନିଟ୍ରକ୍ ରାସ୍ତାରେ ଯାଉଥିଲା ବେଳେ ଜବତକରି ଥାନାକୁ  ଆଣିଥିବା ଜଣାଯାଇଛି।ଏନେଇ ନୀଳଗିରି ପୋଲିସ ପକ୍ଷରୁ ୩୪୭/୨୦୨୫ରେ ଏକ ମାମଲା ରୁଜ୍ଜୁ  କରାଯାଇ ତଦନ୍ତ ଚାଲୁଥିବା ଆଇଆଇସି କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ