ଆଇନସେବା ପ୍ରାଧିକରଣ ଦ୍ୱାରା ପାନେଲ ଅଧିବକ୍ତା ମାନଙ୍କ ପାଇଁ ତାଲିମ ଶିବିର

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଆଇନସେବା ପ୍ରାଧିକରଣ, କେନ୍ଦୁଝର ଆୟୋଜନରେ ଜିଲ୍ଲା କୋର୍ଟ ସଭାଗୃହଠାରେ ପ୍ରାଧିକରଣ ପାନେଲ ଅଧିବକ୍ତା ମାନଙ୍କ ପାଇଁ ତାଲିମ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିବାର ଅଦାଲତର ବିଚାରପତି ଇତିଶ୍ରୀ ମହାପାତ୍ର,ମହିଳା କୋର୍ଟ ବିଚାରପତି ନେହା ଦାଶ,ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ,ଉପଖଣ୍ଡୀୟ ବିଚାରପତି ସୁମିତ୍ରା କୁମାରୀ ଦାସ,ପ୍ରଥମଶ୍ରେଣୀ କନିଷ୍ଠ ବିଚାରପତି ଅମ୍ବିକେଶ ପାଣିଗ୍ରାହୀ,ଈଶ୍ୱର ଜଙ୍ଗମ ପ୍ରମୁଖ ଯୋଗଦେଇ ପାନେଲ ଆଇନଜୀବିମାନଙ୍କୁ ମହିଳା ମାନଙ୍କ ଅଧିକାର,ଫୌଜଦାରୀ ଆଇନ,ପୋକ୍ସ ଆଇନ,ଆଇନଗତ ନୈତିକତା ଉପରେ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ୩୯ ଜଣ ପାନେଲ ଆଇନଜୀବି ତାଲିମ ଗ୍ରହଣ କରିଥିଲେ । ଉକ୍ତ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଆଇନଜୀବିମାନେ ପ୍ରଚଳିତ ନୂତନ ଆଇନ ଗୁଡିକ ବିଷୟରେ ଜ୍ଞାନ ଆହୋରଣ କରି ଆଇନସେବା ପ୍ରାଧିକରଣ ସୁଫଳତା ହାସଲ କରିପାରିବ ବୋଲି ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ