କଳା ବ୍ୟାଜ ପିନ୍ଧି କାମ କରୁଛନ୍ତି ପ୍ରାଣୀ ଚିକିତ୍ସକ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ଓଡିଶା ପ୍ରାଣୀ ଚିକିତ୍ସା ସେବା ସଙ୍ଘ ପକ୍ଷରୁ ୧୪ଦଫା ଦାବୀ ପୂରଣ ନେଇ ଗତ ୨୫ତାରିଖ ଠାରୁ ପ୍ରାଣୀ ଚିକିତ୍ସକ ମାନେ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସାଳୟ ରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡ଼ଃ ପ୍ରଫୁଲ୍ଲ କୁମାର ଶିଆଳ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ଼ଃ ଶୁଭଶ୍ରୀ ପ୍ରଧାନ ଏବଂ ପ୍ରାଣୀ ଚିକିତ୍ସକ (ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡ଼ଃ ରାଜେଶ ମହାପାତ୍ର )ରେ କାର୍ଯ୍ୟ କରୁଥିବା ୩ ଜଣ ପ୍ରାଣୀ ଚିକିତ୍ସକ କଳା ବ୍ୟାଜ ପିନ୍ଧି କାମ କରୁଛନ୍ତି।ପ୍ରାଣୀ ଚିକିତ୍ସକଙ୍କ ବିଭିନ୍ନ ଦାବୀ ପୂରଣ ପାଇଁ ଓଡିଶା ପ୍ରାଣୀ ଚିକିତ୍ସା ସେବା ସଙ୍ଘ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ଡାକରା ଦିଆଯାଇଛି। ତେବେ ସରକାର ସେମାନଙ୍କ ଦାବୀ ପ୍ରତି କର୍ଣ୍ଣପାତ କରୁନଥିବାରୁ ସଙ୍ଘ ପକ୍ଷରୁ ରାଜ୍ୟ ବ୍ୟାପି କଳା ବ୍ୟାଜ ପରିଧାନ କରି ଆନ୍ଦୋଳନ ଆରମ୍ଭ କରାଯାଇଛି। ପ୍ରାଣୀ ପାଳକମାନେ ନିଃଶୁଳ୍କ ଚିକିତ୍ସା ସେବା, ୨୪ଘଣ୍ଟିଆ ବିଶେଷଜ୍ଞ ସେବା, ରେଫରାଲ ସୁବିଧା ସେବା, ଦ୍ୱାରଦେଶରେ ଚିକିତ୍ସା ଇତ୍ୟାଦି ଦାବୀ କରୁଥିବା ବେଳେ ବିଭାଗରେ ଏପରି ବ୍ୟବସ୍ଥା ନଥିବା ଦୁଭାଗ୍ୟ ଜନକ ଅଟେ। ଏଣୁ ପ୍ରାଣୀ ପାଳକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରାଣୀ ଚିକିତ୍ସକ ମାନେ ବିନା ଦୋଷରେ ସେମାନଙ୍କ ଆକ୍ରୋଶ ଶିକାର ହେଉଛନ୍ତି। ଅସ୍ତରଙ୍ଗ ବ୍ଲକ ରେ ଏବେ ଶହ ଶହ ଉଦ୍ୟୋଗୀ ପ୍ରାଣୀ ପାଳନର ଯୋଜନାରେ ଲାଭାନ୍ବିତ ହେବା ପାଇଁ ଆବେଦନ କରୁଛନ୍ତି।ସେମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ପ୍ରାଣୀ ଚିକିତ୍ସକ ମାନଙ୍କୁ ଏବଂ ବିଶେଷ ଭାବେ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପ୍ରତିଦିନ ବହୁ ବାଟ ନିଜ୍ଵସ ଖର୍ଚ୍ଚରେ ଯିବାକୁ ପଡିଥାଏ। ଉପରୋକ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଆଖି ଦୃସିଆ ପଦକ୍ଷେପ ନିଆ ନ ଯାଇ କେବଳ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଛନ୍ତି।ଚାକିରୀ କ୍ଷେତ୍ର ରେ ପଦୋନ୍ନତି ସୁବିଧା ନାହିଁ। ଦୀର୍ଘ ୨୨-୨୩ବର୍ଷ ସେମାନେ ଗୋଟିଏ ଦରମା ହାରରେ କାର୍ଯ୍ୟ କରୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ