ଗୁରୁ ହିଁ ସାକ୍ଷାତ ଈଶ୍ୱର

ସନ୍ତୋଷ କୁମାର ଦାଶ

ସମସ୍ତେ ପିଲା ଦିନେ ପଢ଼ିଥିଲେ ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ। ଗୁରୁ ଙ୍କୁ ନ ମନିବ ନର, ସେ ତ ଆମ ପାଇଁ ସାକ୍ଷାତ ଈଶ୍ୱର। ଗୁରୁ ଯେପରି ଶିଷ୍ୟ ମାନଙ୍କୁ ନିଜ ସନ୍ତାନ ଭାବି ଶିକ୍ଷା ପ୍ରଦାନ କରିବା ବିଧେୟ ସେହିପରି ଶିଷ୍ୟ ମାନେ ନମ୍ର ଭାବେ ଶହନଶୀଳ ହୋଇ ଗୁରୁ ମାନଙ୍କୁ ଉଚିତ ସମ୍ମାନ ପ୍ରଦାନ ପୂର୍ବକ ଶିକ୍ଷା ଗ୍ରହଣ କରିବା ଉଚିତ। ଶିଷ୍ୟ ମାନେ ବିଦ୍ୟା ଗ୍ରହଣ କରି ନିଜ ମନ ରେ ଗର୍ବ ଭାବ ଆଣିବା ଅନୁଚିତ। ସେହିପରି କିଛି ଆଶା ଓ ପତ୍ୟାଶା ନ ରଖି ଗୁରୁ ମାନେ ଶିଷ୍ୟ ମାନଙ୍କୁ ନିଜ ସନ୍ତାନ ଭାବି ନିଷ୍କପଟ ହୃଦୟ ରେ ଶିକ୍ଷା ଦାନ କରିବା ଉଚିତ। ଗୁରୁ ଙ୍କ ମହାନତା ଓ ଶିଷ୍ୟ ମାନଙ୍କ ନମ୍ରତା ସମ୍ପର୍କ ରେ ଆମ ଇତିହାସ ଓ ପୁରାଣ ରେ ଅନେକ ଉଦାହରଣ ରହିଛି। ଆଜି କିନ୍ତୁ ପରିସ୍ଥିତି ବଦଳି ଯାଇଛି। ଗୁରୁ ମାନଙ୍କ ଅର୍ଥ ପିପାସୁ ମନୋଭାବ ତଥା ଶିଷ୍ୟ ମାନଙ୍କ ଉଦ୍ଧାତ୍ତମି ଜୀବନ ଶୈଳୀ ଆଜି ଗୁରୁ ଶିଷ୍ୟ ର ମହାନ ପରମ୍ପରାକୁ କାଠ ଗଡ଼ା କୁ ନେଇ ଯାଇଛି। ଗୁରୁ ଆଉ ଗୁରୁ ହୋଇ ରହି ନାହାଁନ୍ତି କି ଶିଷ୍ୟ ମାନେ ଆଉ ଶିଷ୍ୟ ହୋଇ ରହୁ ନାହାଁନ୍ତି। ଗୁରୁ ଆଜି ନିଜ ଶିଷ୍ୟା କୁ ଫ୍ଲେବର ମାଗି ଜେଲ ଯାଉଥିବା ବେଳେ ଶିଷ୍ୟା ଆଜି କିରୋସିନ ଦେହରେ ଢ଼ାଳି ଆତ୍ମଦାହ କଲାଣି।
ଯେ ପର୍ଯ୍ୟନ୍ତ ଏହି ଧାରା ନ ବଦଳିଛି ସେ ପର୍ୟ୍ୟନ୍ତ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ନାହିଁ। ଯେ ପର୍ଯ୍ୟନ୍ତ ଗୁରୁ ମାନେ ନିଜକୁ ଶିଷ୍ୟ ମାନଙ୍କୁ ନିଜର ପିଲା ବୋଲି ନ ଭାବି ଛନ୍ତି ଆଉ ଶିଷ୍ୟ ମାନେ ନମ୍ରତା ର ସହିତ ଶିକ୍ଷା ଗ୍ରହଣ କରି ନାହାଁନ୍ତି ସେ ପର୍ୟ୍ୟନ୍ତ ଗୁରୁ ଶିଷ୍ୟ ମଧ୍ୟରେ ଥିବା ମଧୁର ସ୍ୱର୍ଗୀୟ ସମ୍ପର୍କ ଗଢ଼ି ହୋଇ ପାରିବ ନାହିଁ। ଯାହା ଏ ସମାଜ ପାଇଁ ଓ ଆମ ସମସ୍ତ ଙ୍କ ଉତ୍ତରପିଢ଼ି ପାଇଁ ଶୁଭଙ୍କର ନୁହେଁ।
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର। ଗୁରୁ ସାକ୍ଷାତ ପରବ୍ରହ୍ମ ତସ୍ମେଇସୈ ଗୁରୁବେ ନମଃ। ଆଜି ର ଦିନରେ ଏହି ମହାନ ବୃତ୍ତି କୁ ଆପଣାଇଥିବା ସମସ୍ତ ଗୁରୁ ମାନଙ୍କୁ
ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ଗୁରୁ।।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ