ଅନ୍ତର୍ଜାତୀୟ ସ୍ତରରେ ଅର୍ଥପେଡ଼ିକ ଓ ଟ୍ରମାଟୋଲୋଜି ପରୀକ୍ଷାରେ ସଫଳତା ପାଇଲେ ଓଡ଼ିଆ ପୁଅ
ହାଟଡିହି (ଓ୍ବାଇଏନଏସ): ଚଳିତ ବର୍ଷ ଇଣ୍ଟରନେସନାଲ ସୋସାଇଟି ଅଫ ଅର୍ଥପେଡ଼ିକ ଆଣ୍ଡ ଟ୍ରମାଟୋଲୋଜି ପରୀକ୍ଷାରେ ଶ୍ରେଷ୍ଠସ୍ଥାନ ଅଧିକାର କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଖେତୁଆଳି ଗ୍ରାମର ହରେକୃଷ୍ଣ ବେହେରା ଓ ଲୀଳାବତୀ ବେହେରାଙ୍କ ସୁପୁତ୍ର ଡ଼.ହୃଦେଶ୍ୱର ବେହେରା l ଡ.ହୃଦେଶ୍ୱର ବର୍ତମାନ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥା ଭୁବନେଶ୍ୱରରେ ଅସ୍ତିଶଲ୍ୟ ବିଭାଗରେ ସିନିୟର ରେସିଡେଣ୍ଟ ଭାବରେ କାଯ୍ୟରତ ଅଛନ୍ତି l ତାଙ୍କ ବଡ ଭଉଣୀ ସ୍ଵାତୀ ସୁଚରିତା ବେହେରା ଅରବିନ୍ଦ ଉଚ୍ଚ ବିଦ୍ୟାପୀଠରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ଯ କରୁଥିବା ବେଳେ ସାନ ଭଉଣୀ ପ୍ରଜ୍ଞା ପାରମିତା ବେହେରା ଭୁବନେଶ୍ୱରରେ ସଫ୍ଟ ଓୟାର ଇଂଜିନିୟର ଭାବେ କାର୍ଯ୍ୟରତ। ଡ ବେହେରା ଭଦ୍ରକ ସାବରଙ୍ଗ ହାଇସ୍କୁଲରେ ମାଟ୍ରିକ ଶିକ୍ଷାଲାଭ କରିଥିଲେ। ତାଙ୍କର ଏହି ସଫଳତାରେ ସମଗ୍ର ହାଟଡିହି ଓ ସାବରଙ୍ଗ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।


