ଆସିକାରେ ସୁଗର୍ ଟାଉନ୍ ଜେସିସ୍ ସପ୍ତାହ ଉଦ୍ଘାଟିତ
ଆସିକା (ୱାଇଏନ୍ଏସ୍) : ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକାରେ ସୁଗର୍ ଟାଉନ୍ ଜେସିସ୍ ସପ୍ତାହ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଘାଟିତ ହୋଇଯାଇଛି । ଜନସାଧାରଣଙ୍କ ମଧ୍ୟରେ ବହୁବିଧ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରିବା ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଗତ ୨୦୦୩ ମସିହାରେ ଆସିକା ଅଞ୍ଚଳର ଉତ୍ସାହୀ ଯୁବପିଢୀ ଓ ସଚେତନ ନାଗରିକଙ୍କୁ ନେଇ ଗଠିତ ହୋଇଥିବା ଆସିକା ସୁଗର୍ ଟାଉନ୍ ଜେସିସ୍ର ୨୩ତମ ସପ୍ତାହ ପାଳନ ଅବସରରେ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଅଧୀଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ସାରି ଏକ ମଶାଲ୍ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରି ହରିହର ହାଇସ୍କୁଲ ନିକଟରେ ପହଞ୍ଚିଥିଲେ । ଆସିକା ସୁଗର୍ ଟାଉନ୍ ଜେସିସ୍ର ସଭାପତି ଜେସି ବି.ଶିବଶଙ୍କର ପାତ୍ର ଓ ସଂପାଦକ ଜେସି ଜଗନ୍ନାଥ ପଢିଆରୀ ଏବଂ ଏହି ଜେସିସ୍ ସପ୍ତାହ ପାଳନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଜେସି କେ.ସତ୍ୟନାରାୟଣ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସଂଗଠନର କାର୍ଯ୍ୟକର୍ତ୍ତାମାନେ ବର୍ଷତମାମ୍ ବିଭିନ୍ନ ସମୟରେ ଜାରି ରଖିଥିବା ସମାଜସେବା ମନୋବୃତ୍ତିକୁ ଉଚ୍ଚ ପ୍ରଶଂସା କରିବା ସାଙ୍ଗକୁ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି ପ୍ରକାଶ କରି ଯୁବପିଢୀମାନେ ଆଗକୁ ଆସି ସମାଜର ଉନ୍ନତି କରିବା ଓ ଆବଶ୍ୟକତା ସମୟରେ ସମସ୍ତ ବର୍ଗର ଲୋକଙ୍କୁ ସହାୟତାର ହାତ ବଢାଇ ନିଜର ବ୍ୟକ୍ତିତ୍ୱର ପରିପ୍ରକାଶ କରିବାକୁ ଆହ୍ୱାନ କରିଥିଲେ । ଆସିକା ସୁଗର୍ ଟାଉନ୍ ଜେସିସ୍ ସପ୍ତାହ ପାଳନ ଅବସରରେ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ୧୨ଟି ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଅଷ୍ଟମରୁ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ କ୍ୟାରମ୍ ଓ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ସହରର ବାଣିବିହାର ଅଞ୍ଚଳରେ ଥିବା ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଇଡିଏଲ୍ କମ୍ପ୍ୟୁଟର ଏକାଡେମୀର ପରିଚାଳନା ମୁଖ୍ୟ ଜେସି ସୁରେଶ କୁମାର ପାତ୍ର ଓ କାଳୁଚରଣ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ରୂପେ ବରିଷ୍ଠ ଶିକ୍ଷକ ସୁନିଲ୍ କୁମାର ସାହୁ ଯୋଗଦେଇ ଯୁବପିଢୀମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ବୃତ୍ତିଗତ ପରାମର୍ଶ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ଆସିକା ସୁଗର୍ ଟାଉନ୍ ଜେସିସ୍ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସଂଗଠନର ସଭାପତି ଜେସି ବି.ଶିବଶଙ୍କର ପାତ୍ର, ସଂପାଦକ ଜେସି ଜଗନ୍ନାଥ ପଢିଆରୀ, ଜେସି ଏ.ସତ୍ୟନାରାୟଣ ପାତ୍ର, ପ୍ରାକ୍ତନ ସଭାପତି ଜେସି ଏସ୍.ଅନିଲ୍ କୁମାର ପୃଷ୍ଟି, ଜେସି ଡି.ବଦ୍ରିନାଥ ପାତ୍ର, ଜେସି ସନ୍ତୋଷ କୁମାର ନାୟକ, ଜେସି ୟୁ.ସଂଜୟ କୁମାର ପାତ୍ର, ଜେସି ଡି.ଆଶିଷ୍ କୁମାର ପାତ୍ର, ଜେସି ସିଦ୍ଧାର୍ଥ ସୁବୁଦ୍ଧି, ଜେସି ପି.ଗୌରବ ପାତ୍ର, ଜେସି ଏ.ଶିବଶଙ୍କର ପାତ୍ର, ଜେସି ଦେବାଶିଷ୍ ପଣ୍ଡା, ଜେସି ପ୍ରତୀକ୍ ଆଚାରୀ, ଜେସି ବସନ୍ତ ଭଂଜ, ଜେସି ପି.ସୁବନ ପାତ୍ର, ଜେସି ରୋଶନ୍ ପାତ୍ର, ଜେସି ଜିତେନ୍ଦ୍ର କୁମାର ମହାରଣା, ଜେସି ବିଶେଷ ପୃଷ୍ଟି, ଜେସି ଦିୱାନା ପାତ୍ର, ଜେସି ସୁନିଲ୍ ମହାନ୍ତି, ମହିଳା ଜେସିସ୍ର କାର୍ଯ୍ୟକର୍ତ୍ତା ଜେସି ରଂଜିତା ନାୟକ, ଜେସି ଭାଗ୍ୟଶ୍ରୀ ପାତ୍ର, ଜେସି ମୌସୁମୀ ସାହୁଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳୁଛି ।