ଜୋର ଧରିଲା ଋଷିକୁଲ୍ୟା ଜିଲ୍ଲା ଗଠନ ଦାବୀ

ଆସିକା  (ୱାଇଏନ୍‍ଏସ୍‍) : ଦୀର୍ଘ ଦିନର ନୀରବତା ପରେ ଆସିକାରେ ପୁଣି ଋଷିକୁଲ୍ୟା ଜିଲ୍ଲା ଗଠନ ଦାବୀ ଜୋର୍‍ ଧରିଛି । ଋଷିକୁଲ୍ୟା ଜିଲ୍ଲା ଗଠନ କରି ତାହାର ସଦରମହୁକୁମା ଆସିକାରେ ସ୍ଥାପନ କରିବା ଦାବୀରେ ବୁଧବାର ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ଏକ ପଦଯାତ୍ରା ଓକିଲ ସଂଘ କାର୍ଯ୍ୟାଳୟ ନିକଟରୁ ବାହାରି ମହାତ୍ମାଗାନ୍ଧୀ ରୋଡ, ବଜାର ସାହି, ଗୋପବନ୍ଧୁ ମାର୍ଗ, ଓଡିଆ ସାହି, ତାଲୁକା ରୋଡ ଇତ୍ୟାଦି ଅଞ୍ଚଳ ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଂଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଆସିକା ହେଉଛି ଗଞ୍ଜାମ ଜିଲ୍ଲାର କେନ୍ଦ୍ର ସ୍ଥଳ। ଆସିକା, କବିସୂର୍ଯ୍ୟନଗର, ଧରାକୋଟ, ଶେରଗଡ, ସାନଖେମୁଣ୍ଡି, ହିଞ୍ଜିଳିକାଟୁ, ବେଗୁନିଆପଡା ଓ ପୋଲସରା ଅଞ୍ଚଳକୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବୀ ଜୋର୍ ଧରିଥିବା ଲକ୍ଷ୍ୟ କରାଯାଇଛି। ଋଷିକୁଲ୍ୟା ଜିଲ୍ଲା ଗଠନ ଦାବୀକୁ ଅଧିକ ଶାଣିତ କରିବା ସହ ଜନସଚେସନତା ସୃଷ୍ଟି ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୁଧବାର ଅନୁଷ୍ଠିତ ହୋଇଥିବା ପଦଯାତ୍ରା ଓ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଆସିକା ଓକିଲ ସଂଘର ସଭାପତି ଅଜିତ୍‍ କୁମାର ଚୌଧୁରୀ, ସଂପାଦକ ନାରାୟଣ ମୁନି, ଉପସଭାପତି ଛବିଳରାମ ମିଶ୍ର, ଯୁଗ୍ମ ସଂପାଦକ ମାନସ ଆଚାର୍ଯ୍ୟ, ଲାଇବ୍ରେରୀ ସଂପାଦକ ସନ୍ତୋଷ କୁମାର ମିଶ୍ର, ଆସିକା ପ୍ରେସ କ୍ଳବର ସଭାପତି ସତ୍ୟନାରାୟଣ ରଥ, ପୂର୍ବତନ କାଉନସିଲର ଏମ୍‍.ତାରିଣୀ ସେନାପତି, ଶିକ୍ଷକ ସଂଘ ନେତା ଦେବହରି ମହାନ୍ତି, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ସୁଧାଂଶୁ କୁମାର ପାଣିଗ୍ରାହୀ, ପ୍ରଭାତ କୁମାର ପାଢୀ, ଶରତେନ୍ଦୁ ପଣ୍ଡା, ବିଦେଶୀ ନାହାକ, ଦିଲୀପ କୁମାର ପାଣିଗ୍ରାହୀ, ଅମର କୁମାର ବିଶ୍ୱାଳ, ଶିଶିର କୁମାର ନାୟକ, ପି.ଶିବଶଙ୍କର ପାତ୍ର, ପି.ରବିନ୍ଦ୍ର କୁମାର ପାତ୍ର, ସରୋଜ କୁମାର ତ୍ରିପାଠୀ, ହର୍ଷରଂଜନ ପାଢୀ, ଅଜିତ୍‍ କୁମାର ପଟ୍ଟନାୟକ, ଭି.ଖୋଖୋନ୍‍ ରାଓ, ଦେବରାଜ ମିଶ୍ର, ମିହିର୍‍ ଗୌଡ, ଜି.ସୂର୍ଯ୍ୟପ୍ରକାଶ ରାଓ, ନିଳାମ୍ବର ବେହେରା, ରାଜ୍ୟ ଘରୋଇ ବସ୍‍ ମାଲିକ ସଂଘ ଜୋନ୍‍-୩ର ସଂପାଦକ ସନ୍ତୋଷ କୁମାର ପୋଲାଇ, ଆସିକା ଲାୟନ୍ସ କ୍ଳବର ପୂର୍ବତନ ସଭାପତି ଲାୟନ୍ସ କେ.କିଶୋର କୁମାର ସେନାପତି, ଆସିକା ସୁଗର୍‍ ଟାଉନ୍‍ ଜେସିସ୍‍ର ପ୍ରାକ୍ତନ ସଭାପତି ଜେସି ଅନିଲ୍‍ କୁମାର ପୃଷ୍ଟି, କେ.ସତ୍ୟନାରାୟଣ ପାତ୍ର, ୟୁ.ସଂଜୟ କୁମାର ପାତ୍ର, ବି.ଶିବଶଙ୍କର ପାତ୍ର, ଏ.ସନ୍ତୋଷ କୁମାର ନାୟକଙ୍କ ସମେତ ଆସିକା ଅଞ୍ଚଳର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସଚେତନ ନାଗରିକମାନେ ସାମିଲ୍‍ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ୧୯୯୨ ମସିହା ଅକ୍ଟୋବର ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜ୍ୟର ଜିଲ୍ଲାର ସଂଖ୍ୟାକୁ ପ୍ରଥମେ ୧୩ରୁ ୨୩ ଓ ପରେ ୨୭ ଏବଂ ୩୦କୁ ବୃଦ୍ଧି କରିଥିଲେ। କିନ୍ତୁ ସେତେବେଳେ ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ଦାବୀ କରାଯାଇ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ଏହି ଦାବୀ ସରକାରୀ ନାଲିଫିତା ତଳେ ସୀମିତ ରହିଯାଇଛି। ଗଞ୍ଜାମ ଜିଲ୍ଲାର କେନ୍ଦ୍ରସ୍ଥଳରେ ଥିବା ଆସିକାରେ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ଡାକଅଧିକ୍ଷକଙ୍କ କାର୍ଯ୍ୟାଳୟ, ଅତିରିକ୍ତ ଜିଲ୍ଲା ଦୌରା ଜର୍ଜଙ୍କ ଅଦାଲତ, ଆସିକା ଉପଖଣ୍ଡ ଚିକିତ୍ସାଳୟ, ଆସିକା ସମବାୟ ଚିନିଶିଳ୍ପ ଲିଃ, ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ, ଆସିକା ବିଜ୍ଞାନ ମହାବିଦ୍ୟାଳୟ, ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ, ଆସିକା ମେକ୍ ମାଇକେଲ୍ ସଂସ୍କୃତ ମହାବିଦ୍ୟାଳୟ, ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୁ୍‌ର୍ଣ୍ଣ କାର୍ଯ୍ୟାଳୟ ରହିଛି। ଋଷିକୁଲ୍ୟା ଜିଲ୍ଲା ଗଠନ ଦାବୀ ନେଇ ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୀର୍ଘବର୍ଷ ହେଲା ବହୁବାର ଦାବୀ କରାଯାଉଛି। ରାଜ୍ୟ ସରକାର ଆସିକା, କବିସୂର୍ଯ୍ୟନଗର, ଧରାକୋଟ, ଶେରଗଡ, ସାନଖେମୁଣ୍ଡି, ହିଞ୍ଜିଳିକାଟୁ, ବେଗୁନିଆପଡା ଓ ପୋଲସରା ଇତ୍ୟାଦି ଅଞ୍ଚଳକୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ କରିବା ସହ ଭୌଗଳିକ ଦୃଷ୍ଟିକୋଣରୁ ସମସ୍ତ ଭିତ୍ତିଭୂମୀ ଥିବା ଆସିକାରେ ଏହା ମୁଖ୍ୟାଳୟ ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ