ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ହାଟଡିହି (ଓ୍ବାଇଏନଏସ): ଗତକାଲି ଅପରାହ୍ନରେ ହାଟଡିହି ବ୍ଲକ ବଣିଆପଙ୍କ ନିକଟରେ ଘଟିଥିବା ଦୁର୍ଘଟଣାରେ ବାଇକ୍ ଚାଳକ ଜଳକଳଙ୍ଗ ଗ୍ରାମର ଦୀନବନ୍ଧୁ ମୁଖିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟତମ ଆରୋହୀ ହାଟଡିହି ଗ୍ରାମର ଚନ୍ଦା ଜେନା ଗୁରୁତର ଅଛନ୍ତି। ଦୀନବନ୍ଧୁ ହାଟଡିହି ମେଡିକାଲରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନେ କୌଣସି କାମରେ ବଣିଆପଙ୍କ ଯାଇଥିବା ବେଳେ ଗଛ ସହିତ ଧକ୍କା ହୋଇଥଲା। ସେମାନଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିବା ବେଳେ ଅଵସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏକ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ