ଦିଗପହଣ୍ଡି କୋର୍ଟରେ ଲୋକ ଅଦାଲତ :୨୪ ମାମଲା ଫୈସଲା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ କୋର୍ଟ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।କମିଟି ଅଧ୍ଯକ୍ଷା ତଥା ବରିଷ୍ଠ ଦେଓ୍ବାନି ବିଚାରପତି ମହାଶ୍ବେତା ପରିଜା ଏହାକୁ ପରିଚାଳନା କରିଥିବା ବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ  ନିଳିମା ଷଡଙ୍ଗୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।ଏଥିରେ ୨୦ ଟି ଫୌଜଦାରୀ ମାମଲାର ଫୈସଲା କରାଯିବା ସହ ୪ ଟି ଦେଓ୍ବାନି ମାମଲାର ଆପୋଷ ସମାଧାନ ମାଧ୍ୟମରେ ଫୈସଲା କରାଯାଇଥିଲା।ସେହିଭଳି କାନାରା ବ୍ଯାଙ୍କ, ଭାରତୀୟ ଷ୍ଟେଟବ୍ୟାଙ୍କ ଏବଂ ଉତ୍କଳ ଗ୍ରାମିଣ ବ୍ଯାଙ୍କ ଶାଖା ପରିଚାଳକଙ୍କ ଉପସ୍ଥିତିରେ ୧୮ ଟି ଋଣ ମାମଲାର ଫୈସଲା କରାଯାଇ ୩ ଲକ୍ଷ ୯୭ ହଜାର ୭୫୦ ଟଙ୍କା ଏବଂ ବିଦ୍ୟୁତ ବିଭାଗ ଟିପିଏସଓଡିଏଲ ପକ୍ଷରୁ ୫୦ ଟି ବକେୟା ବିଦ୍ଯୁତ ମାମଲାର ସମାଧାନ କରାଯାଇ ୫ ଲକ୍ଷ ୫୦ ହଜାର ୨୪୫ ଟଙ୍କା ଆଦାୟ କରାଯାଇଥିଲା। ଆଇନ ସେବା  କମିଟି ସମ୍ପାଦକ ପ୍ରଦୀପ କୁମାର ପୁରୋହିତ, ବିଚାର ବିଭାଗୀୟ କର୍ମଚାରୀ ପ୍ରଦୀପ କୁମାର ଶତପଥୀ, ଶିବରାମ ସାହୁ, ପିଲଚୁ ହେମ୍ବ୍ରମ, ରୁଦ୍ର ପ୍ରସାଦ ତାଣ୍ଡିଆ, ସଶ୍ମିତା ମହାରଣା, ଅଞ୍ଜଳି ମହାରଣା,  ସଂଗ୍ରାମ କେଶରୀ ପଣ୍ଡା, ଅଶ୍ବିନୀ କୁମାର ପଟ୍ଟନାୟକ, କେ. ନୋକେୟା, ନିରଞ୍ଜନ ଶବର, କାଳିଆ ନାୟକ, ଆର. ଦୈତାଲୁ ରେଡ୍ଡୀ, ବିକ୍ରମ ବେହେରାଙ୍କ ସମେତ ବହୁ ଆଇନଜୀବି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ