ଚନ୍ଦ୍ରପୁର ଥାନା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ) :ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବିଜାପୁର ଗ୍ରାମ ପଞ୍ଚାୟତର ସୁରୁଲ ଗ୍ରାମ ଠାରେ ଚନ୍ଦ୍ରପୁର ଥାନା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚନ୍ଦ୍ରପୁର ଥାନା ଅଧିକାରୀ ପ୍ରସାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ସମ୍ୟକାନ୍ତ ବଙ୍ଗାଲ ସମ୍ମାନିତ ଅତିଥିଭାବେ ସରପଞ୍ଚ ଜେରମିନୀ ପାଡଗଣ୍ଡା,ଚନ୍ଦ୍ରପୁର ବନ ଭାଗ ଅଧିକାରୀ ଅଶ୍ୱିନୀ କରକରିଆ,କୃଷି ଅଧିକାରୀ ଅର୍ପିତା ବେହେରା ମାଝୀ,କୃଷି ଅଧିଦର୍ଷକ ରଞ୍ଜିତ ଗୋମାଙ୍ଗ,ଏଏସଆଇ ନରସିଂହ ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ସୁରୁଲ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ବୃକ୍ଷ ରୋପଣ କରିଥିଲେ l ଏହି ଅବସରରେ ନିମ୍ବ,ବଉଳ,କୃଷ୍ଣଚୂଡ଼ା, ଆମ୍ବ,କାଜୁ,ପିସ୍ତା ବାଦାମ ସହ ପ୍ରାୟ ୧୫୦ ଟି ବିଭିନ୍ନ ପ୍ରକାରର ଔଷଧୀୟ ଚାରା ରୋପଣ କରାଯାଇଛି l ଗଛ ଲଗାଇବା ଦ୍ୱାରା ଆମକୁ ସବୁବେଳେ ଅମ୍ଳଜାନ ମିଳିଥାଏ l ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ଏଠାରେ ରୋପଣ କରାଯାଇଥିବା ଚାରା ଗୁଡିକୁ ଠିକ ଭାବେ ରକ୍ଷଣ ବ୍ୟକ୍ଷଣ କରିବାକୁ ଏବଂ ଜଙ୍ଗଲ କ୍ଷୟ, ମୃତ୍ତିକା ସଂରକ୍ଷଣ ସହ ଆଜିର ସମାଜରେ ବୃକ୍ଷ ରୋପଣ ଏକ ମହତ୍ତ୍ଵ ପୁର୍ଣ୍ଣ ଏହା ଦ୍ୱାରା ପରିବେଶ ସୁରକ୍ଷା ପାଇଁ ସମସ୍ତେ ଘର ଜମି, ରାସ୍ତା କଡରେ ଗଛ ଲଗାଇବା ପରିବେଶ ସୁରକ୍ଷା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ l ଏଥିସହ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ଏହି କାର୍ଯ୍ୟକ୍ରମ ଚନ୍ଦ୍ରପୁର ବ୍ଲକରେ ଅନୁଷ୍ଠିତ ହେଉଥିବା ବେଳେ ଲୋକେ ଯେପରି ଗଞ୍ଜେଇ ଚାଷ ନକରି ମୁଖ୍ୟ ସ୍ରତରେ ସାମିଲ ରହି ଅନ୍ୟାନ୍ୟ ଚାଷ କରିବା ପାଇଁ ଥାନା ଅଧିକାରୀ ଶ୍ରୀ ସେଠୀ ବୁଝାଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବନରକ୍ଷୀ ହରେକୃଷ୍ଣ ମୁଣ୍ଡାରୀ,ଲକ୍ଷ୍ମୀ କାନ୍ତ ପାଇଟାଳ ପ୍ରମୁଖଙ୍କ ସମେତ ବନ ବିଭାଗ ଓ ଥାନା କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l ଶେଷରେ ଚନ୍ଦ୍ରପୁର ଥାନା ଅଧିକାରୀ ପ୍ରସାନ୍ତ ସେଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


