କବାଡି ପ୍ରତିଯୋଗିତାରେ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହେଲେ ଜଗବନ୍ଧୁ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଜଗବନ୍ଧୁ ବାରିକ(୧୫) ଜିଲା ସ୍ତରୀୟ ୧୭ ବର୍ଷରୁ କମ ସିନିୟର ପୁରୁଷ ବିଭାଗ କବାଡି ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିବା ଜଣାଯାଇଛି । ମଙ୍ଗଳବାର ଭଦ୍ରକ ଚରମ୍ପା ବରାଳ ପୋଖରୀସ୍ଥିତ ହନୁମାନ ଜୀଉ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଜିଲା ସ୍ତରୀୟ ପ୍ରତିଯୋଗିତାରେ ସେ ଭାଗ ନେଇ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଚିତ୍ରାବତୀ ବେହେରାଙ୍କ ତତ୍ତ୍ୱାବଧାନରେ ସେ ଏହି ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି ଅବସରରେ ବୁଧବାର ବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅସିତ୍ କୁମାର ପୁହାଣଙ୍କ ତତ୍ତ୍ୱାବଧାନରେ ଶିକ୍ଷକ ରବି ନାରାୟଣ ପାଣି, ସ୍ୱାଧିନ କୁମାର ସାହୁ, ଦିନେଶ କୁମାର ନାୟକ, ଶିକ୍ଷୟିତ୍ରୀ ସ୍ୱୟଂପ୍ରଭା ନାୟକ, ଅତିଥି ଶିକ୍ଷକ ସୁଧାକର ପଣ୍ଡା, ଶିକ୍ଷାକର୍ମୀ ରବିନ୍ଦ୍ର ମୋହନ ମାଝୀ, ସୌମ୍ୟ ରଞ୍ଜନ ସାହୁଙ୍କ ସମେତ ଏସଏମଡିସିର ସଭ୍ୟସଭ୍ୟା ଏବଂ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି, ସେ ପଧାନପଡା ପଞ୍ଚାୟତ ମାଳତୀରା ଗ୍ରାମର ମଣିଭଦ୍ର ବାରିକ ଓ ମାତା ମମତା ବାରିକଙ୍କ ପୁତ୍ର ଅଟନ୍ତି । ସେ ଏବେ ନିଳୋକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ପିଲାଟି ବେଳୁ ତାଙ୍କର କବାଡି ଖେଳ ପ୍ରତି ରୁଚି ରହି ଆସିଛି । ଆଗକୁ ସେ କବାଡି ଖେଳରେ ଭଲ ପ୍ରଦର୍ଶନ କରି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ