ଆଦି ସେବା ପର୍ବ ପାଳନ ଅବସରରେ ଆଧାର କ୍ୟାମ୍ପ ଓ ସ୍ୱଚ୍ଛତା ଅଭିଯାନ

କଟକ (ଓ୍ବାଇଏନଏସ): ଜନଜାତି ଗୌରବ ବର୍ଷ ପାଳନ ଅବସରରେ କଟକ ଜିଲ୍ଲାର ବିଭିନ୍ନ ବ୍ଲକରେ ଆଦି ସେବା ପର୍ବ ପାଳିତ ହେଉଛି । ଏହି ଅବସରରେ ଆଜି ବଡମ୍ବା ବ୍ଲକର ଖାଲିବଟି ଗ୍ରାମରେ ସରପଂଚଙ୍କ ଦ୍ୱାରା ଆଦି ସେବା କେନ୍ଦ୍ର ଉଦଘାଟିତ ହେବା ସହ ସମସ୍ତ ଗ୍ରାମବାସୀଙ୍କୁ ଆଧାରରେ ଅନ୍ତର୍ଭୁକ୍ତ କରିବା ପାଇଁ କ୍ୟାମ୍ପ ଖୋଲାଯାଇଅଛି । ଏଥିସହ ମୁଳିଆବାଙ୍କ ଆଶ୍ରମ ସ୍କୁଲରେ ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ୱଚ୍ଛତା ଅଭିଯାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାରଙ୍ଗ ବ୍ଲକଛକସ୍ଥିତ ଚକ୍ରଧରପୁର ଗ୍ରାମରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଗ୍ରାମର ବିକାଶମୂଳକ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଥିଲେ ଏବଂ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଏଥିସହ ବାରଙ୍ଗ ବ୍ଲକ ଚକ୍ରଧରପୁର ଗ୍ରାମରେ ଜିଲ୍ଳା ଦକ୍ଷତା ବିକାଶ ଏବଂ ନିଯୁକ୍ତି କାର୍ଯ୍ୟାଳୟ ଦ୍ୱାରା ସଚେତନତା ଓ ପରାମର୍ଶ ଆଧାରିତ ନିଯୁକ୍ତି ଭିତିକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ