ବଗଡା ପଞ୍ଚାୟତରେ ବରିଷ୍ଠାଗରିକ ମଞ୍ଚର ଚାରାରୋପଣ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପ୍ରଧାନମନ୍ତ୍ରୀ ପି.ଦାମୋଦର ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତର ବରିଷ୍ଠ ନାଗରିକ ମଞ୍ଚ ଓ ଗ୍ରାମପଞ୍ଚାୟତର ମିଳିତ ପ୍ରଚେଷ୍ଟାରେ ଏକ ଚାରାବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର ମୁଖ୍ୟ ଉପଦେଷ୍ଟା ଶିକ୍ଷାବିତ ବ୍ରଜକିଶୋର ବିଶ୍ୱାଳ ଓ ସରପଞ୍ଚ ସୁବନି ସାହୁ ଗୋଟିଏ ଗୋଟିଏ ବୃକ୍ଷର ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଚାରାରୋପଣ କାର୍ଯ୍ୟକ୍ରମ ସିଦ୍ଧମରିଚାଣୀ ସରକାରୀ ବିଦ୍ୟାପୀଠ ଓ ସିଦ୍ଧମରିଚାଣୀ ମନ୍ଦିର ପରିସର, ତୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଓ କଚେରୀପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଂଯୋଜକ କୈଳାସ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ନିହାରରଞ୍ଜନ ସ୍ୱାଇଁ, କୋଷାଧ୍ୟକ୍ଷ କୁମୁଦରଞ୍ଜନ ରଥ,ଉପସଭାପତି କ୍ଷୀରୋଦ ପଣ୍ଡା, ସହସମ୍ପାଦକ ନାରାୟଣ ପଣ୍ଡା, ପତ୍ରିକା ସମ୍ପାଦକ ରବୀନ୍ଦ୍ର କୁମାର ଜେନା, ଉପମୁଖ୍ୟ ଉପଦେଷ୍ଟା ଫକୀର ଚରଣ ଓଝା, ଉପଦେଷ୍ଟା ସୁରେଶଚନ୍ଦ୍ର ସାହୁ, ଧରଣୀଧର ପାତ୍ର, ପଦ୍ମଚରଣ ସାହୁ, ନାରାୟଣ ଜେନା, ବନମାଳୀ ପାତ୍ର, ରବି ପାତ୍ର, ଗୋପିନାଥ ସ୍ୱାଇଁ, ତ୍ରିଭୂବନ ସାହୁ, ପ୍ରଫୁଲ୍ଲ ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ନାୟକ, ସୁବୁଦ୍ଧି ଚନ୍ଦ୍ର ସାହୁ ଓ କ୍ଷୀରୋଦ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ