ଗଙ୍ଗଦାହାଟ ଦୁର୍ଗାପୂଜା କମିଟି ପକ୍ଷରୁ ଗୋବରୀ ନାଳରୁ ଦଳ ସଫେଇ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟ ଦୁର୍ଗାପୂଜା କମିଟି ପକ୍ଷରୁ ଗୋବରୀ ନାଳରୁ ଦଳ ସଫେଇ କରାଯାଇଛି।ଏହି ନାଳରେ ଦଳପୂର୍ଣ୍ଣ ହେବାରୁ ମଶା ମାଛି ଆଦି ଜାତ ହେବା ସହି ବହୁ ବିଷାକ୍ତ ସାପ ରହୁଥିଲେ। ତେଣୁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଗଙ୍ଗଦାହାଟ ଦୁର୍ଗାପୂଜା କମିଟିର ସଦସ୍ୟମାନେ ମନସ୍ଥ କରି ମାସର ଶେଷ ମଙ୍ଗଳବାର ଦୋକାନ ବଜାର ସବୁ ବନ୍ଦ ରହିଥିବାରୁ ଏହି ନାଳରୁ ଦଳକୁ ସଫେଇ କରିଥିଲେ। ଏହି ସଫେଇ କାର୍ଯ୍ୟରେ କମିଟିର ସଭାପତି ନରେଶ ସେଠୀ,ପିଂଟୁ ମହାନ୍ତି, ପପା ବିଶ୍ୱାଳ, ଜିତୁ ଜେନା, ମଂଟୁ ସ୍ୱାଇଁ, ଉମେଶ ବିଶ୍ୱାଳ, ଆଶିଷ ନାୟକ, କୁଲୁ ପୁହାଣ,ସଂଜୟ ବେହୁରା, ପ୍ରଶାନ୍ତ ଦଳାଇଙ୍କ ସମେତ ଅନ୍ୟ ସଦସ୍ୟ ପ୍ରମୁଖ ସାମିଲ ହୋଇ ଗୋବରୀ ନାଳକୁ ସଫେଇ କରିଥିଲେ। ସୂଚନା ଥାଉକି ଜଳ ନିକାସ ବିଭାଗ ପକ୍ଷରୁ ପ୍ରତି ବର୍ଷ ଏହି ନାଳରେ ଦଳ ସଫେଇ ନାଁରେ ବିଲ୍ ହେଉଥିବା ବେଳେ ଠିକାଦାରମାନେ ଦଳ ସଫେଇ ନ କରି କେବଳ ଫଟୋ ଉଠାଇ ଲକ୍ଷାଧିକ ଟଙ୍କା ବିଲ୍ କରି ନେଉଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ