ଡାବର ପଂଚାୟତରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡାବର ପଂଚାୟତରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ବଂଟନ ହୋଇଥିବା ବାସଗୃହରେ ଅନିୟମିତତା ହୋଇଥିବା ବିଡିଓଙ୍କୁ ଅଭିଯୋଗ କରାଯାଇଛି। ବିଡିଓଙ୍କ ଅନୁପସ୍ଥିତିରେ ଏହି ଅଭିଯୋଗକୁ ଏବିଡିଓ ଦିନେଶ ରାୟଙ୍କୁ ପ୍ରଦାନ କରାଯାଇଛି। ଅଭିଯୋଗ ମୁତାବକ ଏହି ପଂଚାୟତରେ ଅଧିକାଂଶ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରୁ ବାଦ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଗ୍ରାମ ପଂଚାୟତ ଦାୟିତ୍ୱରେ ଥିବା ଅଧିକାରୀ ମନଇଚ୍ଛା ତଦନ୍ତ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ପଂଚାୟତରେ ଥିବା ନିରୁପମା ସେଠୀ, ଆରତୀ ମହାରଣା, ପ୍ରଗତି ଜେନା, ପାର୍ବତୀ ମଲ୍ଲିକ, ନନ୍ଦିନୀ ସାହୁ, ଲକ୍ଷ୍ମୀପ୍ରିୟା ଦାସ, ରଚନା ପରିଡା ଆଦିଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ପାଇବା ପରେ ବିଡିଓଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏବିଡିଓ ରାୟ ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ