ଓଜନ ସ୍ତରର ଅବକ୍ଷୟ, ପ୍ରଭାବ ଓ ନିରାକରଣ ସମ୍ପର୍କରେ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଜନ ସ୍ତରର ଅବକ୍ଷୟ, ତତ୍‌ଜନିତ ପ୍ରଭାବ ଓ ନିରାକରଣ ଶୀର୍ଷକ ବିଷୟ ଉପରେ ଏକ ଆଲୋଚନାଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଏବଂ ଆଇ.କ୍ୟୁ.ଏ.ସି.ର ମିଳିତ ଆନୁକୂଲ୍ୟରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା, ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ.ଗୈାତ୍ତମ ଚରଣ ଦାସ, ଆଇ.କ୍ୟୁ.ଏ.ସି. ସଂଯୋଜିକା ଡ. ଦିପ୍ତୀ ରାୟ, ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଡ. ପୂର୍ବାଶା ପ୍ରିୟଦର୍ଶିନୀ, ପଦାର୍ଥବିଜ୍ଞାନ ବିଭାଗର ଅଧ୍ୟାପକ ରଞ୍ଜିତ କୁମାର ଦାସ, ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ହିମାଂଶୁଶେଖର ମହାପାତ୍ର, ଅଧ୍ୟାପକ ଅଚ୍ୟୁତ ମହାରଣା ପ୍ରମୁଖ ଯୋଗଦେଇ ଓଜନ ସ୍ତର ଅବକ୍ଷୟର କାରଣ, ପ୍ରଭାବ ଓ ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏଥିସହିତ ଓଜନ ସ୍ତରର ଅବକ୍ଷୟ ଏବଂ ଏହାର କୁପ୍ରଭାବ ଉପରେ ଜନସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ୟୁଜିସି ସଂଯୋଜକ ଡ. ଦେବକାନ୍ତ ଷଡଙ୍ଗୀ, ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମଲିକ, ଗଣିତ ବିଭାଗ ମୁଖ୍ୟ ଡ. ହାରାଚନ୍ଦ ମହାନ୍ତି, ଇଂରାଜୀ, ଉଦ୍ଭିଦ ବିଜ୍ଞାନ ଓ ଅର୍ଥନୀତି ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଶତାଧିକ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସାମାଜିକ ସଚେତନତା ସୃଷ୍ଟି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ