କିମସ୍ଆର୍ ଫାର୍ମାସୀ କଲେଜ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସହର ଉପକଣ୍ଠସ୍ଥ ଡିମ୍ବୋସ୍ଥିତ ଇଂ ବସନ୍ତ କୁମାର ଦାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ବି. ଫାର୍ମାସୀ ଓ ଫାର୍ମାସିଷ୍ଟ କଲେଜ (କିମସ୍ଆର୍)ଆନୁକୂଲ୍ୟରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଇଂ ଡ଼ ବସନ୍ତ କୁମାର ଦାନୀ ସଭାପତିତ୍ୱ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଧରଣୀଧର ମେଡିକାଲ କଲେଜ ର ଫାର୍ମାକୋଲୋଜି ବିଭାଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ ରାଜେନ୍ଦ୍ର କୁମାର ପଣ୍ଡା,ସମ୍ମାନୀତ ଅତିଥି ଭାବେ ଚର୍ମରୋଗ ବିଶେଷଜ୍ଞ ଡ଼ ବିଜୟ କୁମାର ରାଉତ ଯୋଗ ଦେଇଥିଲେ । ଏହି ଦିବସ ଅବସରରେ ଅନୁଷ୍ଠାନ ତରଫରୁ ଜିଲ୍ଲା ମୁଖ୍ୟ ଚିକିସôାଳୟର ବରିଷ୍ଠ ଫାର୍ମାସିଷ୍ଟ ମାନଙ୍କୁ ଧନନ୍ତରି ସମ୍ମାନରେ ପ୍ରିୟବ୍ରତ ବାରିକ ଓ ଦିବ୍ୟଜ୍ୟୋତି ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଫାର୍ମାସିଷ୍ଟ କଲେଜ ର ଅଧ୍ୟକ୍ଷ ଡ଼ ପ୍ରଫୁଲ୍ଲ କୁମାର ସାହୁ ବିଶ୍ୱ ଫାର୍ମାସିଷ୍ଟ ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଫାର୍ମାସିଷ୍ଟ କଲେଜରେ କାର୍ଯ୍ୟରତ ଅଧ୍ୟାପିକା ଓ ଅଧ୍ୟାପକ ତରଣୀକାନ୍ତ ସ୍ୱାଇଁ,ରୋହନ ବେହେରା,ଅମନ ସାହୁ,ମନିଷା ସେଠୀ,ଅଞ୍ଜିତା ଦତ୍ତ,ମନ୍ଦାକିନୀ ମହାନ୍ତ,ଜ୍ୟୋତିପ୍ରଭା ବଳଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ଅନ୍ୟତମ ସମ୍ମାନିତ ଅତିଥି ଯାନ୍ତ୍ରିକ ବିଦ୍ୟାଳୟର ଅଧ୍ୟକ୍ଷ ଇଂ ଅରୁଣ କୁମାର କାନୁନ୍ଗୋ ଓ କେଏନ୍ସି କଲେଜ ର ଅଧ୍ୟକ୍ଷା ରୁତୁପର୍ଣ୍ଣା ପି୍ରୟଦର୍ଶନି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ପିପିଟି ଉପସ୍ଥାପନ କରିଥିଲେ । ପରିଶେଷରେ ବିଭୁତି ଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ