ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ :ଜନସାଧାରଣ ହନ୍ତସନ୍ତ

କେନ୍ଦୁଝର  (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଚମ୍ପୁଆ ଉପଖଣ୍ଡ ରିମୁଳି ବିଦ୍ୟୁତ ସେକ୍ସନ ରୁ ଚଉଠିଆ ପଞ୍ଚାୟତ ଓ ଅସନପାଟ ପଞ୍ଚାୟତ କୁ ବିଦ୍ୟୁତ ସଂଯୋଗ ହୋଇଛି। କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଦାୟିତ୍ଵ ହିନତା ଯୋଗୁଁ ଏହି ପଞ୍ଚାୟତ ରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଥିବାରୁ ଉପଭୋକ୍ତା ଠାରୁ ଆରମ୍ଭ କରି ଛାତ୍ରୀ ନିବାସ ରେ ରହୁଥିବା ଛାତ୍ରୀ ମାନେ ହନ୍ତସନ୍ତ ହେଉଥିବା ସମ୍ପର୍କରେ ଅଭିଯୋଗ ହେଉଛି। ଅସନପାଟ ପଞ୍ଚାୟତ ରେ ସରକାର ଙ୍କ ତରଫରୁ ଦୁଇଟି ଛାତ୍ରୀ ନିବାସ ରହିଛି ସେହିପରି ଚଉଠିଆ ଠାରେ ଗୋଟାଏ ଛାତ୍ରୀ ନିବାସ ଏବଂ ଗୋଟାଏ ସ୍ବଳ୍ପ ବ୍ୟୟ ମଞ୍ଜୁର ଛାତ୍ରାବାସ ରହିଛି। ଏହି ୪ ଟି ଅନ୍ତୋବାସି ରେ ୬ ଶହରୁ ଉର୍ଦ୍ଧ୍ବ ଆଦିବାସୀ ପିଲା ରହି ଶିକ୍ଷା ଗ୍ରହଣ କରୁଛନ୍ତି। ପିଲା ମାନଙ୍କ ପାଇଁ ପାଣି ଜରୁରୀ ହୋଇଥିବା ବେଳେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ରହୁଥିବାରୁ ବିଦ୍ୟାଳୟ ରେ ରହିଥିବା ମଟର ଗୁଡ଼ିକ କୁ ବିଦ୍ୟୁତ ସଂଯୋଗ ହେଉନଥିବାରୁ ଛାତ୍ରାବାସ ରେ ପାଣି ସଙ୍କଟ ଦେଖା ଦେଇଛି। ଆବଶ୍ୟକ ପାଣି ଯାହା ଫଳରେ ପିଲା ମାନେ ଅନେକ ସମୟରେ ପାଣି ଟୋପାଏ ପାଣି ବାର ହିନସ୍ଥା ହୋଇଥାନ୍ତି। ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ୩ ଟି ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଉପ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ମଧ୍ୟ ଅସୁବିଧା ସୃଷ୍ଟି ହେଉଛି। ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ କୁ ବନ୍ଦ କରିବା ପାଇଁ ଅସନପାଟ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅର୍ଜୁନ ଚରଣ ନାଏକ ବିଦ୍ୟୁତ ବିଭାଗର ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ପାଟଣା ବିଧାୟକ ଙ୍କୁ ଅବଗତ କରିଥିଲେ ମଧ୍ୟ ବିଦ୍ୟୁତ କାଟ ଜାରୀ ରହିଛି। ପ୍ରତିଦିନ ଯଦି ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ଜାରୀ ରହିବ ତାହେଲେ ଆଗାମୀ ଦିନରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବରେ ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ପାଇଁ ଧାରଣା ଦେବାପାଇଁ ସ୍ଥିର କରିଛନ୍ତି ବୋଲି ପୂର୍ବତନ ସରପଞ୍ଚ ଶ୍ରୀ ନାଏକ ସୂଚନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ