ଅସୁରଗଡ ଉଦେ ସାଗର ରକ୍ଷଣାବେକ୍ଷଣ ଅଭାବରୁ ଅସ୍ଥିତ୍ଵ ହରାଉଛି ପଙ୍କୋଦ୍ଧାର ସହ ପର୍ଯ୍ୟଟନର ବିକାଶ ପାଇଁ ଦାବି
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି):କଳାହାଣ୍ଡିର ସର୍ବବୃହତ ପୁରାତନ ଐହିତ୍ୟ ଅସୁରଗଡ, ୨୩୦୦ ବର୍ଷ ପୁରୁଣା କିର୍ତ୍ତିରାଜି ରହିଛି। ସେହି ଦୂର୍ଗକୁ ଲାଗି ଏକ ବିସାଳ ସାଗର ରହିଛିଅସୁରଗଡ ସାଗର ଉଦେ ସାଗର । ଐହିତ୍ୟ ସମ୍ପନ୍ନ ଥାଇ କେଁଉ ମନୋଭାବ ରେ ପର୍ଯ୍ୟଟନ ର ଉନ୍ନତି ହେଇପାରୁନାହିଁ , ସାଗର ର ଉନ୍ନତି ହେଲେ ବହୁମୁଖି ବିକାଶ ସହ ଅର୍ଥନୈତିକ ବିକାଶ ହେବ।ପୂନରୁଦ୍ଧାର ସହ ପର୍ଯ୍ୟଟନ ର ବିକାଶ ପାଇଁ ଦାବି |କଳାହାଣ୍ଡି ର ଐହିତ୍ୟ ମଧ୍ୟରେ ଅସୁଗରଗଡ ଅନ୍ୟତମ। ଖ୍ରୀଷ୍ଟପୂର୍ବ ୩ୟ ୪ର୍ଥ ସମୟରେ ଅନେକ ମୁଦ୍ରା ରାଜଦୁର୍ଗ ର ଭଗ୍ନାବଶେଷ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ବିଭାଗ ଗବେଷଣା ରୁ ଜଣାପଡିଛି। ବିଭିନ୍ନ ରାଜୁଡା ସମୟର ଏହି ଐହିତ୍ୟ ଦୂର୍ଗ ଯେମିତି ଅଲୋଡା ପାଲଟିଛି । ସେହିଭଳି ୫୧ ହେକ୍ଟର ରେ ବ୍ୟାପ୍ତ କଳାହାଣ୍ଡି ର ସର୍ବବୃହତ ପୁରାତନ ଅସୁରଗଡ ଉଦେସାଗର ଅସ୍ଥିତ୍ଵ ହରେଇପଡିଛି। କ୍ଷୁଦ୍ର ଜଳସେଚନ ବିଭାଗ ଦାୟିତ୍ୱରେ ରହିଛି ସାଗର , ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସାଗର ରେ ଲତା ବ୍ୟାପି ଗଲାଣି।ଯାହା ପାଣି କୁ ଶୋଷିବା ସହ ଦୂଷିତ ଓ ମତ୍ସ୍ୟ ଚାଷ ଉପଯୋଗୀ ହୋଇପାରୁନାହିଁ।ପାଣି ବର୍ଷା ଦିନେ ମଧ୍ୟ ୩ଫୁଟ ରୁ ଅଧିକ ସଂରକ୍ଷଣ ହୋଇପାରୁନାହିଁ।କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ର ମାଣ୍ଡେଲ ପଞ୍ଚାୟତ ର ଜୀବନରେଖା ପାଟଲିଥିଲା ପାଖାପାଖି ୧୦୦ଏକର ଚାଷ ଜମିରେ ଦୁଇ ଫସଲ ଅମଳ କରିଥାନ୍ତି। ସେହିଭଳି ମତ୍ସ୍ୟଜୀବୀ ଙ୍କ ଜୀବିକା ଚଲିଥାଏ।ହେଲେ ଏହା ଏବେ ସର୍ବହରା ହୋଇ ଶାନ୍ତ ପଡିଛି।
ନର୍ଲା ବିଧାୟିକା ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସମ୍ଭାବନା ଥାଇ ବିକାଶ କାହିଁକି ହେଉନାହିଁ।ଅସୁରଗଡ ଉଦେସାଗର ର ବିକାଶ ହେଲେ ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟନ ର ବିକାଶ ଆଉ ଜଳସେଚନ ଜଳ ସଂରକ୍ଷଣ ବ୍ୟବସ୍ଥା ଓ ବୋଟିଙ୍ଗ ସହ ପାର୍କ ନିର୍ମାଣ ହେଲେ ଅସୁରଗଡ ଦୂର୍ଗ ଦେଖିବା ପର୍ଯ୍ୟଟକ ସୁବିଧା ସହ ଅଞ୍ଚଳର ଚାଷୀ, ମତ୍ସ୍ୟଜୀବୀ, ସହ ରୋଜଗାର ର ମାଧ୍ୟମର ହେବ ।୫୦୦ ଏକର ରୁ ଉର୍ଦ୍ଧ୍ୱ ଚାଷ ଜମିରେ ପାଣି ମାଡିବ।
ପଙ୍କୋଦ୍ଧାର ଓ ପର୍ଯ୍ୟଟନ ର ବିକାଶ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ ସରୋଜ ସା ଙ୍କୁ ପଚାରିବାରୁ , ଆମେ ବର୍ଷାଋତୁ ପରେ କରିବୁ, ପର୍ଯ୍ୟଟନ ଦିଗରେ କ’ଣ କାମ ହେବ ମୁଁ ଅନୁଧ୍ୟାନ ପରେ ଜଣାଇବି କହିଛନ୍ତି।ପର୍ଯ୍ୟଟନ ସହ ବହୁମୁଖି ବିକାଶ ରେ କିଏ ସାଜିଥିଲା ବାଧକ, ସମ୍ଭାବନା ଥାଇ କାହିଁକି ହୋଇଠାରୁ ନାହିଁ ସାଗର ର ବିକାଶ।ମୋହନ ସରକାର ରେ ହେବ ତ ଉଦେ ସାଗର ର ବିକାଶ।