ବିଦ୍ୟୁତ କାଟ ଏବଂ ଅତ୍ୟଧିକ ବିଦ୍ୟୁତ ବିଲ୍ ଅସନ୍ତୋଷ ଯୋଗୁଁ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଅଟକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗାଁ ରେ ରବିବାର ସନ୍ଧ୍ୟା ୬ ଟା ରୁ ରାତି ପ୍ରାୟ ୧୦ ଟା ଯାଏଁ ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି।ପ୍ରାୟ ୨ ମାସ ହେଲା ସମଗ୍ର ପଞ୍ଚାୟତ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ ଏବଂ ଅତ୍ୟଧିକ ବିଦ୍ୟୁତ ବିଲ୍ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା।ରବିବାର ସନ୍ଧ୍ୟାରେ ଟିପିଏସଓଡିଏଲ ର ଲାଇନ୍ ମ୍ୟାନ ବଳିଆ ପଣ୍ଡା,ଅରୁଣ ପଣ୍ଡା ଏବଂ ଅନ୍ୟ ୩ କର୍ମଚାରୀ ଗାଁ ରେ ପହଞ୍ଚି ବକେୟା ବିଦ୍ୟୁତ ବିଲ୍ ଆଦାୟ ପାଇଁ ପହଞ୍ଚିବାରୁ ଗ୍ରାମବାସୀ ସେମାନଙ୍କ ସହ ବଚସା କରିଥିଲେ।ପରେ ବହୁ ସଂଖ୍ୟକ ଗ୍ରାମବାସୀ ଏକତ୍ରିତ ହୋଇ ବିଭାଗ ର ଗାଡ଼ି ସମେତ ଗାଁ ମଠ ଦାଣ୍ଡ ସ୍ଥିତ ଏକ ଘରେ କର୍ମଚାରୀ ମାନଙ୍କୁ   ଅଟକ ରଖିଥିଲେ।ଉପରିସ୍ଥ ଅଧିକାରୀ ମାନେ ଆସି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ସେମାନଙ୍କୁ ଛଡାଯିବ ବୋଲି ପ୍ରକାଶ କରିଥିଲେ।ଗାଁ ରେ ଏନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।ଖବର ପାଇ ଦିଗପହଣ୍ଡି ପୋଲିସ ଟିମ୍ ରାତି ପ୍ରାୟ ୧୦ ଟାରେ ଗାଁ ରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଅଟକ ବିଦ୍ୟୁତ କର୍ମଚାରୀ ଙ୍କୁ ଛାଡିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ