ଦର୍ଶନଶାସ୍ତ୍ର ବିଭାଗ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ
ପୋଲସରା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଦର୍ଶନଶାସ୍ତ୍ର ବିଭାଗର +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ପ୍ରଦାନ ଉତ୍ସବ ସେପ୍ଟେମ୍ବର ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସିପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତାରେ ଦର୍ଶନଶାସ୍ତ୍ର ବିଭାଗର ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍ଵାଗତ ସମାରୋହ ଅନୁଷ୍ଠିତ ହୋଇଥିଲା। ଅଧକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଜୀବନଯାପନ କରିବା ସହିତ ଦର୍ଶନଶାସ୍ତ୍ରରେ କ୍ୟାରିୟର କରିବା ପାଇଁ ପରାମର୍ଶ ଦେଇଥିଲେ। ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ ଚରିତ୍ର ଗଠନ ଉପରେ ଗୁରୁତ୍ବ ଦେବା ସହିତ ସଂଯୋଜନା କରିଥିଲେ। ପ୍ରଶାସନିକ ପଦପଦବୀ ପାଇଁ ଦର୍ଶନଶାସ୍ତ୍ର ପାଠ୍ୟ ଅନିବାର୍ଯ୍ୟ ବୋଲି ବିଭାଗୀୟ ଅଧ୍ୟାପକ ସେକ୍ ଫରିଦ୍ ମତ ପ୍ରଦାନ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ। ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜୁ ଭୂୟାଁ, ଇପ୍ସିତା ଗୌଡ଼, କ୍ରିଷ୍ଣା ସାହୁ, ଅଲିଭା ପାତ୍ର, ମାମା ଗୌଡ଼,ପୂଜା ଦାସ, କାଜଲ ପ୍ରଧାନ, ସଚ୍ଚିକାନ୍ତ ରାଉତ, ରାଜା ନାୟକ ଓ ଦ୍ବିତୀୟ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନିତା ସାହୁ, ଜ୍ୟୋତିପ୍ରଭା ବିଷୋୟୀ, ଲକି ବିଷୋୟୀ, ରାଜେଶ କୁମାର ପାତ୍ର, ଗୁଡୁଲି ବେହେରା, ଖୁସି ଗୌଡ଼ ପ୍ରଭୃତି ସହଯୋଗ କରିଥିଲେ।

 
             
						 
						 
						 
						 
						 
						
