ମା ‘ କନକଦୁର୍ଗାଙ୍କ ସିଂହବାହିନୀ ବେଶ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ କୁମାର ଦାଶ): ଆଜି ଆଶ୍ଵିନ ମାସର ଶୁକ୍ଳ ସପ୍ତମୀ ତିଥି ତଥା ପୀଠେ ମହାଷ୍ଟ ମୀ । ଆଜି ସଂଧ୍ୟା ରେ ପାରମ୍ପରିକ ପ୍ରଥାନୁସାରେ ନିକଟସ୍ଥ ତୁଳସୀପୁର ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ‘କନକ ଦୁର୍ଗା ଙ୍କ ର ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇଛି । ପ୍ରାତଃ ରେ ମା ଙ୍କ ସ୍ନାନ ମାର୍ଜଣା ପରେ ବାଳ ଭୋଗ ଲାଗି ହୋଇଥିବା ବେଳେ ମଧ୍ୟାହ୍ନ ରେ ଆମିଷ ଓ ଅନ୍ନ ଭୋଗ ଲାଗି ହୋଇଥିଲା । ସଂଧ୍ୟା ରେ ମା ଙ୍କୁ ପୁନଃ ସ୍ନାନ କରାଯାଇ ପ୍ରସିଦ୍ଧ ସିଂହ ବାହିନୀ ବେଶ ରେ ସଜ୍ଜିତ କରା ଯାଇଥିଲା । ମା ଙ୍କୁ ସୁବର୍ଣ୍ଣ ମୁକୁଟ, ସମସ୍ତ ଅଳଙ୍କାର, ତ୍ରିଶୂଳ, ଖଡ୍ଗ ଲାଗି ହେବାପରେ ଗ୍ରାମବାସୀ ଓ ମାତୃଭକ୍ତ ମାନେ ମା ଙ୍କ ନିକଟରେ ଫଳ, ମୂଳ, ଚୁଡାଘଷା ଭୋଗ ଲାଗି କରିଥିଲେ । ବିଳମ୍ବିତ ରାତିରେ ସନ୍ଧି ପୂଜା ଓ କୁଷ୍ମାଣ୍ଡ ବଳି ଦିଆ ଯାଇଥିଲା । ମା ଙ୍କ ସହଚରୀ ଚଣ୍ଡୀ ଚାମୁଣ୍ଡା ମାନଙ୍କ ମଧ୍ୟରେ ପଣା ପ୍ରଦାନ କରା ଯାଇଥିଲା।ମହାଷ୍ଟମୀ ପାଇଁ ମନ୍ଦିର ପରିସର କୁ ସୁନ୍ଦର ରଙ୍ଗୀନ ଆଲୋକ ମାଳା ରେ ସଜ୍ଜିତ କରା ଯାଇଥିଲା। ପୂଜକ ଭାବେ ବନ୍ଦେଶ୍ଵର ଗ୍ରାମ ର ଗଙ୍ଗାଧର ପାଣି, ପୂର୍ଣ୍ଣଚନ୍ଦ୍ର ପାଣି, ଶ୍ରୀ ଧର ପାଣି ଓ ଅମରେଶ୍ଵର ଗ୍ରାମ ର ଗଙ୍ଗାଧର ପାଣି ମା ଙ୍କ ପୂଜା ନୀତି କରିବା ସହିତ ମା ଙ୍କୁ ସିଂହ ବାହିନୀ ବେଶ ରେ ସଜ୍ଜିତ କରି ଥିଲେ। ଶାରଦୀୟ ଦୁର୍ଗାପୂଜା ପାଇଁ ତୁଳସୀପୁର ଗ୍ରାମ ଉତ୍ସବ ମୁଖର ହୋଇ ପଡ଼ିଛି । ଗ୍ରାମ୍ୟ କମିଟି ସଭାପତି ବନ ବିହାରୀ ଦାଶ, ରଜନୀ କାନ୍ତ ତ୍ରୀପାଠୀ,ଅନିରୁଦ୍ଧ ତ୍ରିପାଠୀ, ବିଜୟ ମଳିକ, ସନ୍ତୋଷ ଦାଶ ପ୍ରମୁଖ ଗ୍ରାମବାସୀଙ୍କ ତତ୍ତ୍ୱାବଧାନରେ ମା ଙ୍କ ପୂଜା ନୀତି ମାନ ଅନୁଷ୍ଠିତ ହୋଇଥିବାବେଳେ ମା ଙ୍କୁ ଦର୍ଶନ କରିବାକୁ ସଂଧ୍ୟା ରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମନ୍ଦିର ରେ ଭକ୍ତ ମାନଙ୍କ ଭିଡ ହୋଇଥିଲା।ଶେଷରେ ସମୁହ ଗ୍ରାମବାସୀ ଙ୍କ ପକ୍ଷରୁ ଜନ୍ତାଳ ଭୋଜି ଅନୁଷ୍ଠିତ ହୋଇଥିଲା।