ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କାଦବରାଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ଆପ୍ତିରା ଉନ୍ନୀତ ମଇ ବିଦ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଧୂପ, ଚନ୍ଦନ ଓ ପୁଷ୍ପ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ଶିକ୍ଷକ ଗୋପୀନାଥ ଦାଶଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ସେହିପରି ମହାନ୍ତିପଡା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ପିଇଓ ସଙ୍ଗୀତାରାଣୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ନିହାର ରଞ୍ଜନ ପଣ୍ଡା, ବରିଷ୍ଠ ନାଗରିକ ନନ୍ଦ କିଶୋର ନାୟକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ସେହିପରି ଟିଲୋ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ସରପଞ୍ଚ ସଂଗ୍ରାମ କେଶରୀ ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ ସୁଧାକର କଅଁର, ଅଜିତ୍ ପଢିଆରୀ, ପ୍ରଦୀପ ଜେନା, ସମାଜସେବୀ ବସନ୍ତ କର, ରମାକାନ୍ତ ପାଣିଗ୍ରାହୀ, ରମେଶ ଜେନାଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ