ଭସାଣରେ ଗୋଷ୍ଠୀ ସଂଘର୍ଷ: ୬ ଗିରଫ

କଟକ(ଓ୍ବାଇଏନଏସ) : କଟକ ଦରଘା ବଜାର ଭସାଣ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ଏ ନେଇ ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର କଟକରେ ମା’ ଦୁର୍ଗାଙ୍କ ଭସାଣ ଉତ୍ସବ ଚାଲିଥିବାବେଳେ ବିଳମ୍ବିତ ରାତିରେ ଦରଘାବଜ଼ାର ଥାନା ଅଞ୍ଚଳରେ ପ୍ରବଳ ଗଣ୍ଡଗୋଳ ଘଟିଥିଲା । ଢେଲାମାଡରେ ଡିସିପିଙ୍କ ସମେତ ୧୫ରୁ ଅଧିକ ଆହତ ହୋଇଥିଲେ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୁଲିସ ସ୍ଥାନୀୟ ଅଞ୍ଚଳରେ ବିଏନ୍‌ଏସ୍‌ର ୧୬୩ ଧାରା ଜାରି କରିଥିଲା। ଉତ୍ତେଜନାକୁ ପ୍ରଶମିତ କରିବାକୁ ଯାଇ ପୁଲିସକୁ ଲାଠିଚାଳନା କରିବାକୁ ପଡିଥିଲା।ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟିର ପ୍ରତିମା ଶୋଭାଯାତ୍ରାରେ ବିସର୍ଜନ ପାଇଁ ଦେବୀଗଡ଼ା ଅଭିମୁଖେ ଯାଉଥିଲେ । ତେବେ ଦରଘlବଜ଼ାର ଜେଲରୋଡ଼ର ଏକ ନିର୍ଦ୍ଦିଷ୍ଟ ଦିଗରୁ ହଠାତ୍‌ ଢେଲାମାଡ଼ ହୋଇଥିଲା । ଢେଲାମାଡ଼ର କାରଣ ବୁଝିବା ଆଗରୁ ଗୋଟିଏ ପରେ ଗୋଟିଏ ଢେଲାମାଡ଼ ହେବାକୁ ଲାଗିଥିଲା। ପ୍ରାୟ ୧୫ ଜଣରୁ ଅଧିକ ଏଥିରେ ଆହତ ହୋଇଥିଲେ। ତେବେ ଆରମ୍ଭରୁ ଢେଲାମାଡ଼ ଯୋଗୁଁ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ ମଧ୍ୟ ପାଲଟା ନିର୍ଦ୍ଦିଷ୍ଟ ଦିଗକୁ ଢେଲାମାଡ଼ ହୋଇଥିଲା। ଫଳରେ ପରିସ୍ଥିତି ସଂପୂର୍ଣ୍ଣ ଅଣାୟତ୍ତ ହୋଇପଡିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ