ମସ୍ତ ଗଣ୍ଡଗୋଳକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିପିଆଇର ଦାବି

କଟକ,(ଓ୍ବାଇଏନଏସ): ଭସାଣି ଦିନ ମଧ୍ୟରାତ୍ରରେ ପୂଜା ମେଢ଼ ଉଠୁଥିଲା ବେଳେ ଯେଉଁ ଦୁର୍ଭାଗ୍ୟ ଜନକ ଗଣ୍ଡଗୋଳ ହେଲା, ସେଥିରେ ସମ୍ପୃକ୍ତ ସମସ୍ତ ଗଣ୍ଡଗୋଳକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିପିଆଇ ପକ୍ଷରୁ ଦାବି କରାଯାଇଛି।ପୋଲିସ ପ୍ରଶାସନ ଗଣ୍ଡଗୋଳକାରୀ ୬ଜଣଙ୍କୁ ଗିରଫ କରିଵା ସହ କିଛି କାର୍ଯାନୁଷ୍ଠାନ ଗ୍ରହଣ କରିଛି। ତେବେ ଏହି ଗଣ୍ଡଗୋଳରୁ ଫାଇଦା ଉଠାଇ କଟକ ସହରର ଭାଇଚାରା ଓ ଶାନ୍ତିକୁ ବିପନ୍ନ କରିବା ପାଇଁ କିଛି ନ୍ୟସ୍ତସ୍ଵାର୍ଥ ବ୍ୟକ୍ତି ଉଦ୍ୟମ କରୁଛନ୍ତି। ଆଜି ବିଭିନ୍ନ ସ୍ଥାନରେ ଲୋକଙ୍କ ଉପରେ ବିଚ୍ଛିନ୍ନ ଭାବେ ଆକ୍ରମଣ ଓ ସେମାନଙ୍କ ଦୋକାନ ବନ୍ଦ କରିଦିଆଯାଇଛି। ଏହାକୁ ଆଖିରେ ରଖି ସମଗ୍ର କଟକ ସହରରେ ପୂର୍ବରସିଆରପିସିର୧୪୪ ଧାରା କିଛି ଦିନ ପାଇଁ ଜାରି କରାଯାଉ।ଗୁଜବ ଓ ମିଥ୍ୟା ପ୍ରଚାର କାରିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସିପିଆଇ ଦାବି କରୁଛି। ଗଣ୍ଡଗୋଳରେ ଆହତଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କୁ ମାଗଣାରେ ଉତ୍ତମ ଚିକିତ୍ସାର ସୁବନ୍ଦୋବସ୍ତ କରାଯାଉ ଓଆର୍ଥିକ ସାହାଯ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉ।।କଟକ ସହରବାସୀଙ୍କୁ କଟକର ଭାଇଚାରା ଓ ଶାନ୍ତି ବଜାୟ ରଖିବାକୁ ସିପିଆଇ ପକ୍ଷରୁ ଜିଲା ସମ୍ପାଦକ ବିନୋଦ ବେହେରା,ନଗର ସମ୍ପାଦକ ପ୍ରସନ୍ନ ମହାପାତ୍ର,ରାଜ୍ୟ ନେତା ତଥା କଟକ ଶାନ୍ତି କମିଟିର ସଦସ୍ୟ ଅମରେନ୍ଦୁ ମହାନ୍ତି ନିବେଦନ କରିଛନ୍ତି।ଏହି ଘଟଣାକୁ ରାଜନୀତିକରଣ କରାନଯାଇ ସବୁ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ସୈ।ହାର୍ଦ୍ୟ ବଜାୟ ରଖିବାକୁ ସିପିଆଇ ସହର ବାସୀଙ୍କୁ ନିବେଦନ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ