ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରାରୋପଣ ଅନୁଷ୍ଠିତ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବନ ବିଭାଗ ପକ୍ଷରୁ ସିଙ୍ଗାରି ପାଞ୍ଚାୟତରେ ପ୍ରଧାନମନ୍ତ୍ର ନରେନ୍ଦ୍ର  ମୋଦୀଙ୍କ ଜନ୍ମ ଦିନ ଅବସରରେ ଛତା ପଦର ବିଟ କଲଟିପଦର ଠାରେ ବିଭଗର ପ୍ଲାଣ୍ଟେସନ କ୍ଷେତ୍ର ମଧ୍ୟରେ ମାଆଙ୍କ ନାମରେ ଗୋଟିଏ ଚାରାରୋପଣ  କରାଯାଇଥିଲା । ଏଥରେ ବ୍ଲକ ଅଧ୍ୟକ୍ଷା ଅମ୍ରିତା କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥୂବା ବେ ବେଳେ ଜିଲ୍ଲା  ପରିଷଦ ସଦସ୍ୟ ବି. ୱାରା ପ୍ରସାଦ ସାଦ ରାଓ,  ରେଞ୍ଜର ସଚ୍ଚିଦାନନ୍ଦ ପରିଡା ସମ୍ମାନିତ ଅତିଥି ଭାବେ ରହିଥିଲେ। କଲଟିପଦର ଫରେଷ୍ଟ ପ୍ଲାଣ୍ଟେସନ କ୍ଷେତ୍ର ପ୍ରାୟ ୨୦୦ଟି ଔଷଧୀୟ ବୃକ୍ଷ ସହ ବଉଳ ସହ ଆମ୍ବ, ଡାଳିମ୍ବ, ଲେମ୍ବୁ, ପିସ୍ତା ବାଦାମ ଭଳି ବିଭିନ୍ନ ଚାରା ରୋପଣ କରିଛନ୍ତି I ପ୍ରାକୃତିକ ପରିବେଶ ଓ ସୁସ୍ଥ ସମାଜ ଗଠନ ପାଇଁ ଚାରାରୋପଣର ଆବଶ୍ୟକ‌ତା ରହିଛି ବୋଲି ରେଞ୍ଜର ସଚ୍ଚିଦାନନ୍ଦ ପରିଡା କହିଛନ୍ତି। ଏଥିରେ
ଫରେଷ୍ଟର ବର୍ଷାରାଣୀ ପାତ୍ର, ଶିକରପାଇ ସେକ୍ସନ ଫରେଷ୍ଟର ଅଶ୍ବିନୀ କରକରିଆ, ବରୀ ଗୁଡା ଗ୍ରାମର ମହିଳା ଓ ପୁରୁଷ,କରଞ୍ଜା ଗ୍ରାମର ମା ସନ୍ତୋଷୀ ମହିଳା ଗ୍ରୁପ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତି ରହି ଚାରାରୋପଣରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ