ଜନକଲ୍ୟାଣ ଫାଉଣ୍ଡେସନ ପକ୍ଷରୁ ବେତନଟୀ ବଜାର ସଫେଇ କାର୍ଯ୍ୟକ୍ରମ

ବେତନଟୀ ( ଉଦିତ କୁମାର ପରିଡା ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନକଲ୍ୟାଣ ଫାଉଣ୍ଡେସନ ପକ୍ଷରୁ ସୋମବାର ସକାଳୁ ସ୍ୱଚ୍ଛ ବେତନଟୀ ଅଭିଯାନ କରାଯାଇଛି। ବେତନଟୀ ଠାରେ ଦୁର୍ଗାପୂଜା, ମେଳା ଓ ଯାତ୍ରା ପରେ ରାସ୍ତାଘାଟ ଗୁଡିକ ଅଳିଆ ହୋଇ ପଡିରହିଥିଲା। ଏଗୁଡିକୁ ପରିଷ୍କାର କରିବା ପାଇଁ ବେତନଟୀ ଜନ କଲ୍ୟାଣ ଫାଉଣ୍ଡେସନ,ସଫେଇ କାର୍ଯ୍ୟ ହାତକୁ ନେଇଛି।ଏହି ଅଗ୍ରଣୀ ଯୁବ ସଂଗଠନ ର ସଦସ୍ୟ ମାନେ ସକାଳୁ ବେତନଟୀ ବଙ୍ଗାଳଛକ ରୁ ଚଣ୍ଡୀ ଛକ ପର୍ଯ୍ୟନ୍ତ ରାସ୍ତା କୁ ପୁରାପୁରି ସଫେଇ କରିଛନ୍ତି। ରାସ୍ତା ଉପରେ ଓ ପାର୍ଶ୍ୱ ରେ ପଡ଼ିଥିବା ପ୍ଲାଷ୍ଟିକ ଗ୍ଲାସ, ଜରି, ପଲିଥିନ ସବୁ କୁ ସଫେଇ କରିଛନ୍ତି। ଆଜି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ପୁରା ବେତନଟୀ ବଜାର ସଫେଇ କରିବା ନେଇ ଯୋଜନା ରହିଥିବାର ନିଷ୍ପତି ନେଇଛି ଏହି ସଂଗଠନ। ଏହି ସଂଗଠନ ନିକଟ ଅତୀତ ରେ ବେତନଟୀ ଦୁର୍ଗାପୂଜା ମେଳା ଅବସରରେ ଚାରି ଦିନ ଧରି ୪୦ ହଜାର ରୁ ଉର୍ଦ୍ଧ ଲୋକଙ୍କୁ ଚଣ୍ଡୀ ଛକ ଠାରେ ଏହି ସଂଗଠନ ପକ୍ଷରୁ ଦହି ସରବତ, ଲେମ୍ବୁ ସର୍ବତ, କୁଆସ ପନୀୟ ବଣ୍ଟନ କରାଯାଇଥିଲା। ଏହି ସଂଗଠନ ଆଗାମୀ ଦିନରେ ଏହି ସଂଗଠନ ପକ୍ଷରୁ ବହୁ ସାମାଜିକ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଥିବା ନେଇ ସୂଚନା ମିଳିଛି।ଏହି ସଫେଇ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସଦସ୍ୟ ମାନେ ହେଲେ ଶିବ କୁମାର ପାତ୍ର, ମାନସ ପଟନାୟକ, ଧରଣୀଧର ମହାନ୍ତି, ଜୀବନ ପ୍ରକାଶ ବେହେରା, ପୁନିତ କ୍ରିଷ୍ଣା ସାହୁ, ଯତୀନ ସାହୁ, ନବରଞ୍ଜନ ସେଠୀ, ଅକ୍ଷୟ ମହାନ୍ତି, ତୁଷାର ଗନ୍ତାୟତ, ସୁମନ ସେଠୀ, ଦିବ୍ୟାଂଶୁ ମଣ୍ଡଳ, ଆଦିତ୍ୟ ସିଂଘା,ରାକେଶ ବିଶ୍ୱାଳ, ରଜତ ପତି, ପରମେଶ୍ୱର ଦାସ, ଉଦିତ କୁମାର ପରିଡା ପ୍ରମୁଖ ସଫେଇ କାର୍ଯ୍ୟ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ