ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଛତ୍ରପୁର (ଓ୍ବାଇଏନଏସ) : ରାଜ୍ୟ ବାର ଆସୋସିଏସନର ସଦସ୍ୟ ତଥା ବ୍ରହ୍ମପୁର ର ବିଶିଷ୍ଠ ଆଇନଜିବୀ ସ୍ୱର୍ଗତ ପୀତବାସ ପଣ୍ଡାଙ୍କୁ ଗତ ଦୁଇ ଦିନ ତଳେ କିଛୀ ଦୁର୍ବୁତ୍ତ ଗୁଳି କରି ହତ୍ୟା କରିଛନ୍ତି । ତାଙ୍କ ଅମର ଆତ୍ମାର ସତଗତି କାମନା କରିବା ସହିତ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଧବାର ଅପରାହ୍ନରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀଙ୍କ ସମେତ ବହୁ ଦଳୀୟ ନେତାଓ କର୍ମୀ  ଏବଂ ଓକିଲ ମାନେ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ମାଧ୍ୟମରେ ବରିଷ୍ଠ ଓକିଲ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତି ଚାରଣ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ସ୍ଥାନୀୟ ଠାକୁରାଣୀ ମନ୍ଦିରରୁ ସମସ୍ତେ ହାତରେ କ୍ୟାଣ୍ଡେଲ ଧରି ସହର ପରିକ୍ରମା କରି ବରିଷ୍ଠ ଓକିଲ ସ୍ୱର୍ଗତ ପଣ୍ଡାଙ୍କ ଅମର ଆତ୍ମାର ସତଗତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ