ଛତ୍ରପୁରରେ ମା ଗଜଲକ୍ଷ୍ମୀଙ୍କ ପୂଜା

ଛତ୍ରପୁର,  (ଓ୍ବାଇଏନଏସ):  : ପବିତ୍ର କୁମାର ପୂର୍ଣ୍ଣିମା  ଦିନ ଠାରୁ ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ  ବଜାର ମାର୍କେଟ କମ୍ପେ୍ଲକ୍ସ ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ମା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ପୂଜା କମିଟି ପକ୍ଷରୁ  ବ୍ୟାପକ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ଆଳତୀ ଦର୍ଶନ ଲାଗି ଛତ୍ରପୁର ଏବଂ ଆଖପାଖ ଅଂଚଳର ବହୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବୁଧବାର ତଥା ତୃତୀୟ ଦିନରେ ମାଙ୍କ ସନ୍ଧ୍ୟା ଆଳତୀ ରେ    ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଯୋଗଦେଇ ଦର୍ଶନ କରିବା ସହିତ ମାଙ୍କ ଆଶୀର୍ବାଦ ଲାଭ କରିଥିଲେ,  ଏହି ଅବସରରେ ଛତ୍ରପୁର ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ ଓ ଛତ୍ରପୁର ଥାନା ଅଧିକାରୀ ସବ୍ୟ ସାଚୀ ମଲ୍ଲ ଙ୍କ ସମେତ ବହୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମାଇଥିଲେ । ସୂଚନା ଥାଉ କି, ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ବଜାର  ମାର୍କେଟ କମ୍ପ୍ଲେକ୍ସ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ୨୫ ବର୍ଷ ପାଳନ ଅବସର ରେ ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ଓ  ବହୁ ଯାକଜକମ ରେ କରାଯାଉଛି, ଏହି ଅବସର ରେ ଅକ୍ଟୋବର ୧୧ ତାରିଖ ଦିନ ନାମ ଯଜ୍ଞ, ଗୀତା ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହେବ, ଏଥିରେ ବହୁ ମାତ୍ର ରେ ଶ୍ରଦ୍ଧାଳୁ ମାନେ ଯୋଗଦେଇ ପ୍ରସାଦ ସେବନ କରିବା ନିମନ୍ତେ ଅନୁରୋଧ କରାଯାଇଛି,  ମାଙ୍କ ଏହି ପୂଜା ଅକ୍ଟୋବର ୧୨ତାରିଖରେ  ଉଦଯାପିତ ହେବ l ସକାଳୁ କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ଡ଼.ସରୋଜ କୁମାର ଶତପଥିଙ୍କ ପୌରହିତରେ ସୂର୍ଯ୍ୟପୂଜା, ହୋମ ଅନୁଷ୍ଠିତ ହୋଇଥିଲା lପଣ୍ଡିତ ନୃସିଂହ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ l ମାଙ୍କ ଆଳତି ଦର୍ଶନ କରିବା ପାଇଁ ଛତ୍ରପୁର ଏବଂ ଆଖ ପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ପୂଜା ମଣ୍ଡପରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି l  ଆଜି ମୂର୍ତ୍ତି କାରିଗର ଭାଟକୁମରଡ଼ା  ଗ୍ରାମ ର ଗଣେଶ ଆର୍ଟ ମୁଖ୍ୟ ଜିତେନ୍ଦ୍ର କୁମାର ସାହୁ ଓ ଶେଷ ମହାରଣା ଙ୍କୁ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା, ସମସ୍ତ କାର୍ଯ୍ୟକ୍ରମ କୁ ପୂଜା କମିଟି ର ଉପଦେଷ୍ଟା ଦୀପକ କୁମାର ମୁଦୁଲି,ମୁଖ୍ୟ କର୍ତ୍ତା ଭାବେ ଏସ. ପ୍ରବୀଣ କୁମାର ଓ ସରୋଜ କୁମାର ପାଢ଼ୀ, ସଭାପତି ବସନ୍ତ କୁମାର ମହାରଣା, ଉପ ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ,   ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ,  କେ. କମଲାଙ୍କର,  କେଞ୍ଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା,  ଅଖିଳ ପାଣିଗ୍ରାହୀ, ଶିକ୍ଷକ ନେତା ରବିନାରାୟଣ ବେହେରା,କ୍ରୀଡ଼ାବିତ ଭି. ରମେଶ,ଛତ୍ରପୁର ପ୍ରେସ କ୍ଳବର ସଭାପତି ସରୋଜ କୁମାର ସାମଲ,ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ସାହୁ,  ପ୍ରଶାନ୍ତ କୁମାର ମହାରଣା,  କେ ଶ୍ରୀନିବାସ ଦୋରା, ମୁନା ସାମଲ,ଗୌରହରି ସାମଲ, ଗୌରୀଶଙ୍କର ରଥ,ସନ୍ତୋଷ ସାହୁ, ଦିଲ୍ଲୀପ ସାମଲ,ସୁଜୟ ସୁପ୍ରକାଶ ଧଳ ଓ ଗୌର ପ୍ରସାଦ ମହାପାତ୍ର ଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି  ପରିଚାଳନା ରେ ସହଯୋଗ କରିଛନ୍ତି      l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ