ଭଦ୍ରକ ସାଂସଦ ବୁଲିଲେ ବନ୍ତ ଗଜଲକ୍ଷ୍ମୀ ପୂଜା ମଣ୍ଡପ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତରେ ଗଜଲକ୍ଷ୍ମୀ ପୂଜା ପାଇଁ ସମଗ୍ର ଅଚଂଳ ଉତ୍ସବ ମୁଖର ହୋଇଛି । ଏହି ପୂଜା ୪୯ ବର୍ଷରେ ପହଚିଂଥିବା ବେଳେ ୭ ଦିନ ଧରି ମହୋତ୍ସବ ଚାଲିଛି । କେନ୍ଦୁଆପଦା ଛକ ଓ ଥାନା ଛକ ଦୁଇଗୋଟି ସ୍ଥାନରେ ଏହି ପୂଜା ଚାଲିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ, ବନ୍ତ ମଣ୍ଡଳ ସଭାପତି ସନ୍ତୋଷ ନାୟକ, ବରଡେଶ୍ୱର ମଣ୍ଡଳ ସଭାପତି ଇଂ.ପ୍ରମୋଦ ଜେନା, ବରିଷ୍ଠ ନେତୃତ୍ୱ କମଳାକାନ୍ତ ସାହୁ,ପୂର୍ବତନ ସରପଚଂ କୃପାସିନ୍ଧୁ ସେଠୀ,ପୂର୍ବତନ ସରପଚଂ ଆନନ୍ଦ ଚନ୍ଦ୍ର ଓଝା,ଆଇନଜିବୀ ମାଧବାନନ୍ଦ ଦାସ,ବସନ୍ତ ବିଶ୍ୱାଳ, ସୁଧିର ନାୟକ, ଲକ୍ଷ୍ମୀ କର,ବିଳାସ ଦାସ, ଅନନ୍ତ ନାୟକ, ହେମନ୍ତ ମଲ୍ଲିକ୍‌, ବିଜୟ ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ପପୁ ଦାସ, ଜୟନ୍ତ ପଣ୍ଡା, ହରିହର ରାଉତ ପ୍ରମୁଖ ଲକ୍ଷ୍ମୀ ମଣ୍ଡପ ବୁଲି ଠାକୁରଙ୍କ ଆଶିଷ ଲାଭ କରିଥିଲେ । ଏହି ମେଳା ସମ୍ପୃକ୍ତ ଅଚଂଳରେ ଗଣ ପର୍ବରେ ପରିଣତ ହୋଇଥିବା ବେଳେ ଠାକୁରଙ୍କ ସମେତ ସୁନ୍ଦର ସାଜ ସଜ୍ଜା ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାରେ ଋଣ୍ଡିଭୂତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ