ଗେଡ଼ମା ସରପଞ୍ଚଙ୍କ ବିରୁଦ୍ଧରେ ଅଭିଯୋଗର ତଦନ୍ତ ପାଇଁ ଗଠନ ହେଲା କମିଟି: ଅଭିଯୋଗକୁ ଖଣ୍ଡନ କଲେ ସରପଞ୍ଚ
କେନ୍ଦୁଝର,(ଓ୍ବାଇଏନଏସ) : ଦୁଇରୁ ଅଧୂକ ସନ୍ତାନ ଥିଲେ ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରିବେନି ବୋଲି କଟକଣା ରହିଛି। ମାତ୍ର ଗେଡମା ସରପଞ୍ଚ ନିର୍ବାଚନ ସମୟରେ ସତ୍ୟପାଠ ଜରିଆରେ ଏହି ତଥ ତଥ୍ୟକୁ ଲୁଚାଇ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକର ଗେଡମା ସରପଞ୍ଚ ଶୀଲାରାଣି କାଣ୍ଡି ୩ ସନ୍ତାନର ଜନନୀ ହୋଇଥିବାରୁ ପଞ୍ଚାୟତ ନିର୍ବାଚନରେ ଅଂଶ ଗ୍ରହଣ କରିପାରିବା କଥା ନୁଁହ, କିନ୍ତୁ ସେ ବେଆଇନି ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗତ ଅଗଷ୍ଟ ମାସ ୧୧ ରିଖରେ ବିଶ୍ଵଜିତ ଦାସ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ନିର୍ଦ୍ଦେଶ ଦେଇଛି। ଗେଡମା ପଞ୍ଚାୟତର ସରପଞ୍ଚ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନି ୧୯୬୪ ନିୟମ ସେକ୍ସନ୍ ୨୫ (୧) (ଭି) ଏବଂ ଓଡ଼ିଶା ଗ୍ରାମ ପଞ୍ଚାୟତ ସଂଶୋଧନ ଆକ୍ଟ ୧୯୯୪ ଅନୁସାରେ ୨ ସନ୍ତାନରୁ ଅଧିକ ରହିଥିଲେ ନିର୍ବାଚନରେ ବାରଣ ଥିଲେ ମଧ୍ୟ ସେ ତଥ୍ୟ ଲୁଚାଇ ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ହୋଇଛନ୍ତି ବୋଲି ଅଭିଯୋଗ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ନିର୍ଦ୍ଦେଶ ପାଇବା ପରେ କେନ୍ଦୁଝର ଜିଲ୍ଲାପାଳଙ୍କ ଆଦେଶ ନମ୍ବର ୧୦୯୮ ତା ୪/୧୦/୨୫ରେ ଏକ କମିଟି ଗଠନ କରି ସବିଶେଷ ଯାଞ୍ଚ କରି କରି ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିରେ ଆନନ୍ଦପୁର ଉପଜିଲ୍ଲାପାଳ ଅଧ୍ଯକ୍ଷ ରହିଥିବାବେଳେ ହାଟଡ଼ିହି ବିଡ଼ିଓ ନୋଡ଼ାଲ ଅଫିସର, ସିଡିପିଓ ଓ ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ସଦସ୍ୟ ରହିଛନ୍ତି। ଏହି ୪ ଜଣିଆ କମିଟି ସମସ୍ତ ପ୍ରମାଣ ସହିତ ୭ ଦିନ ମଧ୍ଯରେ ଜିଲ୍ଲାପାଳଙ୍କୁ ରିପେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିଳରାଣୀ କାଣ୍ଡି। ତାଙ୍କର ଦୁଇଟି ଛୁଆ ଥିବାବେଳେ ସେ କୌଣସି ତଥ୍ୟ ଲୁଚାଇ ନାହାନ୍ତି ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ କିଛି ଲୋକ ଏପରି ଅଭିଯୋଗ କରିବା ପରେ ତଦନ୍ତ ମଧ୍ୟ ହୋଇଥିଲା ବୋଲି କହିଛନ୍ତି। ଏପରି ମିଥ୍ୟା ଅଭିଯୋଗ କରି କେବଳ ମାନସିକ ପୀଡା ଦେଉଛନ୍ତି ବୋଲି ସେ କହିଛନ୍ତି। ସମସ୍ତ ତଦନ୍ତକୁ ସେ ସ୍ୱାଗତ କରୁଛନ୍ତି ଓ ସହଯୋଗ କରିବେ ବୋଲି କହିଛନ୍ତି।