ଅନ୍ତର୍ଜାତୀୟ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ

ଛତ୍ରପୁର, (ଓ୍ବାଇଏନଏସ):  ଶନିବାର ଦିନ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଛତ୍ରପୁର ଜିଲ୍ଲା ପରିଷଦର ଯଉଗଡ଼ ସଭା ଗୃହ ଠାରେ ଅନ୍ତର୍ଜାତୀୟ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ଅବସରରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା , ଉକ୍ତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର ଅତିରକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୁଷ୍ଟି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ଗଂଜାମ ଜିଲ୍ଲା ର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟ ଲକ୍ଷ୍ମୀ ବେହେରା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ , ଜିଲ୍ଲାର ମହିଳା ସୁରକ୍ଷା ଅଧିକାରୀ ଡ଼ି . ନଗୋରନ୍ତନମ , ଗଂଜାମ ଜିଲ୍ଲା ର ଅତିରକ୍ତ ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାସ , ପ୍ରୋଗ୍ରାମ ଅଫିସର ଶାନ୍ତି ପଟନାୟକ ପ୍ରମୁଖ ଉପସ୍ଥିତ ରହି କନ୍ୟା ସନ୍ତାନର ସୁରକ୍ଷା ଓ କନ୍ୟା ମାନଙ୍କ  ପାଇଁ ଉଦ୍ଧିଷ୍ଟ ସରକାରୀ ବେବୋସ୍ତ ମାନ ଉପରେ ନିଜର ମତ ରଖିଥିଲେ | ଅତିରକ୍ତ ଜିଲ୍ଲାପାଳ ନିଜର ଅଭିଭାଷଣରେ ମତ ରଖିଥିଲେ ଯେ ଆମର ବିଭିନ୍ନ  ସଚେତନତା କାର୍ଯ୍ୟକ୍ରମ ପାଇଁ ଆମର କନ୍ୟା ମାନେ ଆଜିର ଦିନରେ ବିଭିନ୍ନ କ୍ଷେତ୍ରରେ ଆଗକୁ ଆସିଲେଣି , ସମାଜରେ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଲେଣି  ସେହି କନ୍ୟା ମାନଙ୍କୁ ଆମକୁ ତାଙ୍କ ଅଧିକାର ଦେବାକୁ ପଡିବ, ସମାଜରେ ସବୁ କ୍ଷେତ୍ରରେ ସେମାନେ ପୁଅ ମାନଙ୍କ ଠାରୁ ଆଗକୁ ଯିବା ଦରକାର , ତେଣୁ ଆମ ସମସ୍ତଙ୍କୁ ମିଳିତ ଭାବରେ କାମ କରିବାକୁ ପଡିବ | ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ରୁ ପ୍ରାୟ 100 ଜଣ କିଶୋରୀ ବାଳିକା ମାନେ ଉପାସ୍ଥିତ ରହି ନାଚ , ଗୀତ , ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଭାଗ ନେଇଥିଲେ ଓ ପଶଂସୀତା ହୋଇଥିଲେ  , ଉକ୍ତ କାର୍ଯ୍ୟକ୍ରମରେ ବାଲ୍ୟ ବିରୁଦ୍ଧରେ ଲଢ଼ି 11 ଟି ବାଲ୍ୟ ବିବାହ ପପ୍ରତିରୋଧ କରିଥିବାରୁ ଚିକିଟି ବ୍ଲକ ର ସରଳ ପଂଚାୟତ ର ସରପଞ୍ଚ ଶ୍ରୀମତୀ ସସ୍ମିତା ସାହୁ ସମ୍ମାନିତ  ହୋଇଥିଲେ , ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ସଂଚାଳନ କରିଥିବା ବେଳେ ମହିଳା ସୁରକ୍ଷା ବିଭାଗର ଜିଲ୍ଲା ସଂଯାଜକ ଗୀତାଞ୍ଜଳି ମହାରଣା ଧନ୍ୟବାଦ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ