ନିଖିଳ ଉତ୍କଳ ବେଲମା ସମାଜର ପ୍ରଶିକ୍ଷଣ ଶିବିର

ବୁଗୁଡା,(ଅନୀଲ କୁମାର ମହାରଣା) : ଉତ୍କଳ ବେଲମା ସମାଜ ଚାରି ତାଳୁକା (ଘୁମୁସର, ଧରାକୋଟ, ଖାଲାସା ଓ ଆଠଗଡ଼) ର ୨୨ ଗ୍ରାମ୍ୟ କମିଟି ଓ ପୂର୍ବଖଣ୍ଡର ୩୯ ଗ୍ରାମ୍ୟ କମିଟି ଏବଂ ପରିଷଦ କର୍ମକର୍ତ୍ତା ଓ ପଲ୍ଲୀ ପରିଷଦ କର୍ମକର୍ତ୍ତାଙ୍କ ଏକ ମିଳିତ ବୈଠକ ସମାଜର ଉପବିଧି ଓ ସମାଜର ସୁପରିଚଳନା ସମ୍ପର୍କରେ ଏକ ପ୍ରଶିକ୍ଷଣ ଶିବିର ବାଲିପଦରର ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ ଷ୍ଟେସନ୍ ପରିସର ସ୍ଥିତ ସପ୍ତଶୃଙ୍ଗ ରେସର୍ଟ ଠାରେ ଅକ୍ଟୋବର ୧୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ କୁଳଗଙ୍ଗାଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଓ ବିଭୁ ପ୍ରାର୍ଥନା ହୋଇଥିଲା। କୁଳ ସଭାପତି ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ଉକ୍ତ ବୈଠକରେ ପୌରହିତ୍ୟ କରି ସମାଜର କୁଳ ବିଧି ସଂପର୍କରେ ଉପସ୍ଥିତ ୨୨ ଖଣ୍ଡ ପଲ୍ଲୀ କମିଟି ଓ ୩୯ ଗ୍ରାମ୍ୟ କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ଚାରି ତାଳୁକା ପରିଷଦର ସମ୍ପାଦକ ନାରାୟଣ ବେହେରା, ଉପସଭାପତି କବିରାଜ ନାୟକ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ନାହାକ, ବରିଷ୍ଠ ଉପଦେଷ୍ଟା କାମେଶ୍ୱର ବେହେରା, ସଂଗଠନ ସମ୍ପାଦକ ପ୍ରମୋଦ କୁମାର ନାୟକ, ଉପଦେଷ୍ଟା ଭୀମସେନ ବେହେରା, ପ୍ରଭାକର ପ୍ରଧାନ, ସୂର୍ଯ୍ୟକାନ୍ତ ନାହାକ, ସନ୍ତୋଷ କୁମାର ନାୟକ, କୁଳାଧିକାରୀ ବାଳକୃଷ୍ଣ ନାୟକ, ସଂଯୋଜକ ବଳରାମ ପ୍ରଧାନ ଓ ପୂର୍ବଖଣ୍ଡ ସଭାପତି ସତ୍ୟନାରାୟଣ ନାହାକ, ଉପସଭାପତି ଦେବରାଜ ମଣ୍ଡଳ, ଉପସଭାପତି  ରାଜକୁମାର ବସ୍ତିଆ, ସମ୍ପାଦକ ପ୍ରସାନନ୍ଦ ନାୟକ, କୋଷାଧ୍ୟକ୍ଷ ମନୋରଞ୍ଜନ ପ୍ରଧାନ, ସହସମ୍ପାଦକ ଶିବନାରାୟଣ ପ୍ରଧାନ, ଉପଦେଷ୍ଟା ନିରଞ୍ଜନ ନାହାକ, କୁଳାଧିକାରୀ ବିପ୍ରଚରଣ ନାହାକ, ସମୀକ୍ଷକ ହୀନ ଖୁଣ୍ଟିଆ, ସମୀକ୍ଷକ ଦେବୀ ପ୍ରସାଦ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ମଞ୍ଚାସୀନ ଅତିଥିମାନେ  ପୂର୍ବଖଣ୍ଡ ଓ ଚାରିତାଲୁକା ପଲ୍ଲୀର ବିଭିନ୍ନ ସମସ୍ୟାର ଆପୋଷ ସମାଧାନ ପାଇଁ ମିଳିତ ଭାବେ ଚେଷ୍ଟା କରିବା ସମ୍ପର୍କରେ ଗୁରୁତ୍ଵ ଦେଇଥିଲେ। ପୂର୍ବଖଣ୍ଡ ତାଲୁକା ଓ ଚାରି ତାଲୁକା ( ଘୁମୁସର,  ଧରାକୋଟ,  ଖାଲସା ଓ ଆଠଗଡ) ମିଶି ଆଗାମୀ ଦିନରେ ଉଭୟ ତାଲୁକାର ଉପବିଧି ଏକିତ୍ରିକରଣ କରିବା ସହ ଜିଲ୍ଲା ପରିଷଦ ଗଠନ କରିବା ପାଇଁ ଆଲୋଚନା କରିଥିଲେ ।  ସମାଜର ଏକତା, ସଂହତି ଓ ଭାଇଚାରା ବଜାୟ ରଖି ବିଭିନ୍ନ ସମସ୍ୟାର ସତ୍ୟ, ଧର୍ମ, ନ୍ୟାୟ ଓ  ଅହିଂସା ଆଧାରରେ ସମାଧାନ ପାଇଁ ଗୁରୁତ୍ଵ ଆରୋପ କରାଯାଇଥିଲା। ସମାଜର ବରିଷ୍ଠ ସଦଶଗ ରାଜ ଗୋପାଳ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ସଭାପତି ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ସଭା ସାଙ୍ଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ