ହଦଗଡ଼ କ୍ଲଷ୍ଟରରେ “ସୁରଭି–୨୦୨୫” ର ସଫଳ ଆୟୋଜନ

ହାଟଡିହି(ଓ୍ବାଇଏନଏସ):  ହଦଗଡ଼ କ୍ଲଷ୍ଟର ଅଧୀନରେ ସୁରଭି–୨୦୨୫ କାର୍ଯ୍ୟକ୍ରମ ଗଭୀର ଉତ୍ସାହ ଓ ଉଲ୍ଲାସର ସହିତ ହଦଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି।  ସିଆରସିସି  ସତ୍ୟନାରାୟଣ ଗିରି ଙ୍କ ସଂଯୋଜନାରେ  ବିଭିନ୍ନ ସାହିତ୍ୟିକ ଓ ସାହିତ୍ୟ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ହଦଗଡ଼ ପଞ୍ଚାୟତ ସରପଞ୍ଚ ନିରୁପମା ନନ୍ଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ଯୋଗଦେଇ ଥିଲେ। ଶିକ୍ଷକ ଲକ୍ଷ୍ମଣ ମାଝି, ବସନ୍ତ ନାଏକ, କୋଦଣ୍ଡ ସର, ତମାଳ ନାଏକ, ପୀ. ରଥ, ପ୍ରଫୁଲ୍ଲ ପଣ୍ଡା, ଦିପ୍ତିମୟୀ ନାୟକ, ନିକିତା ଖିଲାର, ବୃନ୍ଦାବନ ଡାକୁଆ, ଗଣେଶ ଗାଇପାଇ, ଭଗବାନ ଦାସ, ସୁଧୀର କୁମାର ଜେନା, ମହେଶ୍ୱର ଜେନା, ଲକ୍ଷ୍ମୀନାରାୟଣ ନାଏକ, ଦୁଲି ହାଁସଦା, ତୁଳସୀ ସାହୁ, ଅଶୁତୋଷ ସର, ସାଧୁ ହୋ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଦି ଙ୍କ ଯୋଗଦାନ ରହିଥିଲା । କନିଷ୍ଠ ବିଭାଗ  ଚିତ୍ରାଙ୍କନରେ – ବିଶ୍ୱଜିତ ମହାରଣା, କୁଇଜରେ ଜୟଶ୍ରୀ ସୁକ୍ଳା, ସୃଜନଶୀଳ ଲିଖନରେ  ନରନ କିସ୍କୁ, ବକ୍ତୃତାରେ ପ୍ରୀତିପ୍ରଜ୍ଞାନ ନାଏକ, ସଙ୍ଗୀତରେ ଶାନ୍ତି ମୁର୍ମୁ, ହସ୍ତାକ୍ଷର ଓ ଶ୍ରୁତିଲିଖନରେ ଜୟଶ୍ରୀ ସୁକ୍ଳା, ବରିଷ୍ଠ ବିଭାଗ ବିତର୍କରେ ନିଶି ପ୍ରଜ୍ଞାନ କର, ପ୍ରବନ୍ଧ ଲିଖନରେ ମଣି ହାନ୍ସଦା, ଚିତ୍ରାଙ୍କନରେ ମଧୁସ୍ମିତା ନାଏକ, କୁଇଜରେ ସୁଭମ ତନ୍ତି, ସୃଜନଶୀଳ ଲିଖନରେ ମଣି ହାନ୍ସଦା,  ସଙ୍ଗୀତରେ ସୁଭସ୍ମିତା ରାଉତ ପ୍ରମୁଖ ବ୍ଲକ ସ୍ତରକୁ ମନୋନୀତ ହୋଇଥିଲେ। କାର୍ଯ୍ୟକ୍ରମରେ ଦୁଇଟି ଦଳର ସମସ୍ତ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା । ସୁରଭି ୨୦୨୫ ଦ୍ୱାରା ଶିକ୍ଷାର୍ଥୀମାନଙ୍କ ସୃଜନଶୀଳ କ୍ଷମତା, ସାହିତ୍ୟିକ ଦକ୍ଷତା ଓ କଳା–ସାହିତ୍ୟ ପ୍ରତିଭାକୁ ଉଦ୍ଭାସିତ କରିବାରେ ସହାୟତା ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ